
ଗୋଆ, (ପିଆଇବି) : ଲୋରେଞ୍ଜୋ ଫେରୋ ଏବଂ ଲୁକାସ୍ ଏ. ଭିଗ୍ନାଲେଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଜେଣ୍ଟିନୀୟ ଚଳଚ୍ଚିତ୍ର ‘ଦ ରିଭର ଟ୍ରେନ୍’୫୭ତମ ଭାରତୀୟଅନ୍ତର୍ଜାତୀୟଚଳଚ୍ଚିତ୍ରମହୋତ୍ସବ (ଇଫି)ରେସିଲଭର୍ ପିକକ୍ –ସ୍ୱତନ୍ତ୍ର ଜୁରୀ ପୁରସ୍କାରପାଇଛି । ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଳ କୁମାର ଏବଂ ମହୋତ୍ସବ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଉପସ୍ଥିତ ଥିଲେ।
ଚଳଚ୍ଚିତ୍ରର ସ୍ୱତନ୍ତ୍ରଅଭିବ୍ୟକ୍ତିକୁ ସ୍ୱୀକୃତି ଦେଇବିଚାରକମଣ୍ଡଳୀଏହାରକାହାଣୀବର୍ଣ୍ଣନାଲାଗିପରୀକ୍ଷାମୂଳକ ପଦ୍ଧତି ଏବଂ ଶିଶୁ ଦୃଷ୍ଟିକୋଣ ମାଧ୍ୟମରେ ସିନେମାର ସମ୍ଭାବନାକୁ ଅନୁସନ୍ଧାନ କରିବାର କ୍ଷମତାକୁ ପ୍ରଶଂସା କରିଥିଲେ।ଚିରାଚରିତସୀମାଠାରୁଆଗକୁବଢ଼ିଏକସତେଜଅଭିଜ୍ଞତାପ୍ରଦାନକରିଥିବାରୁବିଚାରକମଣ୍ଡଳୀଏହିଚଳଚ୍ଚିତ୍ରକୁପ୍ରଶଂସାକରିଛନ୍ତି ।
ଆର୍ଜେଣ୍ଟିନାର ଏକ ଦୂର ଗାଁରେ ନଅ ବର୍ଷର ବାଳକ ମାଇଲୋ ରୁହେ, ଯେଉଁଠାରେ ସେ ‘ମାଲାମ୍ବୋ’ ନୃତ୍ୟ ଶିଖୁଛି। କିନ୍ତୁ ତା’ର ସ୍ୱପ୍ନ କିଛି ଅଲଗା। ସେ ଟ୍ରେନରେ ଯାତ୍ରା କରିବାକୁ ଏବଂ ବ୍ୟୁନସ୍ଆୟର୍ସସହରକୁ ଦେଖିବାକୁ ଚାହେଁ । ଏମିତି ଏକ ସହର ଯାହାକୁ ସେ କେବଳ ଚଳଚ୍ଚିତ୍ରରେ ଦେଖିଛି। ନିଜର ଏହି ଛୋଟ ଦୁନିଆରୁ ମୁକୁଳିବା ପାଇଁ, ତାକୁ ଏକ ନୂଆ ଯାତ୍ରା ଆରମ୍ଭ କରିବାର ସାହସ ଜୁଟାଇବାକୁ ପଡ଼ିବ; ଏକ ଏପରି ଯାତ୍ରା ଯେଉଁଥିରେ କେବଳ ଏକାକୀତ୍ୱ ହିଁ ରହିବ।ଏହାହିଁଚଳଚ୍ଚିତ୍ରରକାହାଣୀ ।