
ବଲାଙ୍ଗିର, (କେପିଏନ୍ଏସ୍) : ସିଏମ୍ ଟ୍ରଫି ୩.୦ ପାଇଁ ଖେଳାଳି ଚୟନ ତାରିଖ ଘୋଷଣା । ଡିସେମ୍ବର ୩ରୁ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେବ ଚୟନ ପ୍ରକ୍ରିୟା । ଫୁଟବଲ୍, ଭଲିବଲ୍, କବାଡ଼ି ଓ ଖୋ-ଖୋ ଭଳି ୪ଟି କ୍ରୀଡ଼ାରେ ଉଭୟ ବାଳକ ଓ ବାଳିକା ବର୍ଗର ଖେଳାଳିଙ୍କୁ ଚୟନ କରାଯିବ । ତୃତୀୟ ସଂସ୍କରଣ ସିଏମ୍ ଟ୍ରଫି ୨୦୨୬ ପାଇଁ ବଲାଙ୍ଗିର ଜିଲ୍ଲାରେ ଖେଳାଳି ଚୟନ ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବ । ଡିସେମ୍ବର ୩ରେ ବାଳକ ଫୁଟବଲ୍, ୪ ତାରିଖରେ ବାଳିକା ଫୁଟବଲ୍, ୫ ତାରିଖରେ ଭଲିବଲ୍, ୬ ତାରିଖରେ କବାଡ଼ି ଏବଂ ୭ ତାରିଖରେ ଉଭୟ ବାଳକ ଓ ବାଳିକା ବର୍ଗର ଖୋ-ଖୋ ଖେଳାଳି ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟା ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ପ୍ରତିଦିନ ସକାଳ ୮ଟାରୁ ଅନୁଷ୍ଠିତ ହେବ । ପଞ୍ଜୀକୃତ ଖେଳାଳିମାନେ ନିଜର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡର ମୂଳ ଓ ନକଲ କପି ସହିତ ଦୁଇଟି ପାସପୋର୍ଟ ସାଇଜ୍ ଫଟୋ ଆଣିବାକୁ ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ କୁହାଯାଇଛି । ତେବେ ଚୟନ ପ୍ରକ୍ରିୟାରେ ଭାଗନେବାକୁ ଖେଳାଳିମାନଙ୍କୁ ନିର୍ଦ୍ଧାରିତ ତାରିଖରେ ସମୟ ପୂର୍ବରୁ ଷ୍ଟାଡିୟମରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି ।