
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ଟ୍ରାଫିକ୍ ଦୁଃଖ ପାଲଟିଥିବା ବହୁ ଚର୍ଚ୍ଚିତ ଓ ରାଜନୈତିକ କ୍ଷେତ୍ର ହୋଇଥିବା ତୁରକେଲ ନଦୀ ପୋଲ ମରାମତି କାମରେ ଆଜି ପୂର୍ଣ୍ଣ ଛେଦ ଲଗିଲା । ଏଗାର କୋଟି ଅଣାନବେ ଲକ୍ଷ୍ୟ ବୟାଅଶି ହଜାର ସାତଶହ ସତେଇଶ ଟଙ୍କା ଖର୍ଚ୍ଚରେ ଏମ୍ ଏସ୍ ଦ ଫ୍ରେଣ୍ଡସିନେଟ୍ ପ୍ରେସଟ୍ରାସେଡ କଙ୍କ୍ରିଟ୍ କମ୍ପାନୀ ଲିମିଟେଡ୍ ଦ୍ଵାରା ଏକ ବର୍ଷ ମଧ୍ୟରେ ମରାମତି ହେବ ବୋଲି ଅନୁମାନ କରାଯାଉଛି । ତୁରକେଲ ନଦୀ ପୋଲ ପାଇଁ ସବୁ ଦିନ ବଡ ବଡ ଯାନବାହନ କେସିଙ୍ଗା ତେଲ ନଦୀ ଓ ସହର ଦେଇ ଯାଇଥିବା ଦେଖିବାକୁ ମିଳିଛି । ଯାହା ପାଇଁ କେସିଙ୍ଗା ସହରର ଦୁଇ ପାର୍ଶ୍ବରେ ଧୂଳି ଜମି ଯାଉଥିଲା । ଯାହା ପାଇଁ କେସିଙ୍ଗା ନଗରରେ ରହିଥିବା ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି । କେସିଙ୍ଗା ତେଲ ନଦୀ ପୋଲ ଦିନକୁ ଦିନ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ତେଣୁ କେସିଙ୍ଗା ଅଞ୍ଚଳବାସୀ ଚିନ୍ତାମଗ୍ନ ହୋଇ ପଡ଼ିଥିଲେ କିନ୍ତୁ ଆଜି ଏହି ଖବର ଶୁଣି କଳାହାଣ୍ଡି ସାଂସଦ ମୋହଦୟା ଶ୍ରୀମତୀ ମାଳବିକା ଦେବୀଙ୍କୁ ଧନ୍ୟବାଦ ଅର୍ପଣ ସହ ବେଶ୍ ଖୁସିବ୍ୟକ୍ତ କରିଥିଲେ ।