
ବଲାଙ୍ଗିର, (କେପିଏନ୍ଏସ୍) : କ୍ରୀଡାହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ର, ଛାତ୍ରୀଙ୍କ ଜୀବନରେ ପ୍ରୟୋଗ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ସେଞ୍ଚୁରିଅନ କପରେ ଆୟୋଜନ କରିଥିଲେ । କ୍ରୀଡା ମହୋତ୍ସବର ଉଦ୍ଘାଟନ ଜେ.ଆଇ ଟି. ଏମର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାୟକ ପୂର୍ବାହ୍ନ ସକାଳ ୯ଟାରେ କରିଥିଲେ । ଉତ୍ସବରେ ଜେ. ଆଇ. ଟି. ଏମର ଉପାଧ୍ୟକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ ଉପସ୍ଥିତ ରହି ଛାତ୍ର, ଛାତ୍ରୀଙ୍କ ମନୋବଳ ବୃଦ୍ଧି କରିଥିଲେ । ଆସନ୍ତା କାଲି ଉଦ୍ଯାପନୀ ସମାରୋହରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଖେଳାଳୀ ମାନଙ୍କର ମାର୍ଗ ଦର୍ଶନ କରିବେ । ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗିର ସହରର ବିଦ୍ୟା ଭାରତୀ (ଆବାସିକ) ବିଦ୍ୟାଳୟ, ସେମଫୋର୍ଡ ବିଦ୍ୟାଳୟ, ସେଞ୍ଚୁରିଅନ ବିଦ୍ୟାଳୟ, ଏକାଡେମିକ ହାଇଟ ବିଦ୍ୟାଳୟ, ଲିଟିଲ ଫ୍ଲାୱାର ବିଦ୍ୟାଳୟ, ଲାୟନ ଭୋକେସନାଲ ବିଦ୍ୟାଳୟ, (ପାଟଣାଗଡ଼), ରୋଶନୀ ପବ୍ଲିକ ସ୍କୁଲରେ ଖେଳାଳି ମାନେ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଓପନିଙ୍ଗ ମ୍ୟାଚ ସେଞ୍ଚୁରିଅନ ବିଦ୍ୟାଳୟର ଖେଳାଳିମାନେ ଅଂଶ ଗ୍ରହଣ କରି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଭକ୍ତ ଚରଣ ପ୍ରଧାନ ଓ ପଦ୍ମନାଭ ମିଶ୍ର ଉପସ୍ଥିତ ରହି ମ୍ୟାଚ ଗୁଡିକର ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ବିଦ୍ୟାଳୟର ଶିକ୍ଷକ ଅରିନ୍ଦମ ପରିଛା, ଚନ୍ଦ୍ରଶେଖର ସେଠ, ରୋହିତ କୁମାର ନାଏକ, ଆଲୋକ ବେହେରା, ଅନୁପ କୁମାର ବେହେରା, ବିଶ୍ୱଜିତ ୟାଦବ, ସତ୍ୟବ୍ରତ ଷଡ଼ଙ୍ଗୀ, ଚତୁର୍ଭୁଜ ବାରିକ ଉପସ୍ଥିତ ରହି ବିଚାରକର ଦାୟିତ୍ତ୍ୱ ତୁଲାଇଥିଲେ । ବିଦ୍ୟାଳୟରେ ଅଧ୍ୟାପିକା ଭକ୍ତି ପଢ଼ାରିଆ, ସସ୍ମିତା ଦାସ, ଇତିଶ୍ରୀ ବିଦିଶା ଷଡ଼ଙ୍ଗୀ ଓ ଅଧ୍ୟାପକ ରାଜେଶ ମିଶ୍ର ମ୍ୟାଚ ଗୁଡିକର ମୂଲ୍ୟାଙ୍କନ ବା ସ୍କୋରିଙ୍ଗର ଦାୟୀତ୍ତ୍ୱ ତୁଲାଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ କ୍ରିଷ୍ଣାମୟୀ ଭଇଁସାଲ, କରାଟେ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, କ୍ରୀଡା ଶିକ୍ଷକ ଅନୁପ କୁମାର ବେହେରା ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ପରିଚାଳନା କରିଥଲେ । ଟୁର୍ଣ୍ଣାମେଣ୍ଟଟି ଆଜି ଉଦ୍ଘାଟିତ ହୋଇ କାଲି ଉଦ୍ଯାପିତ ହେବ । ବାସ୍ତବରେ ଅନୁଷ୍ଠାନର ଏହି ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।