jayashree

୭ ଦଫା ଦାବିରେ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡ଼ି କର୍ମୀଙ୍କ ଗଣଧାରଣା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ୭ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଅଙ୍ଗନୱାଡ଼ି କର୍ମୀ। ଗତ ୨୩ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ଧାରଣା ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଥିବା ବେଳେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକର ଅଙ୍ଗନୱାଡି କର୍ମୀମାନେ ସିଡିପିଓ ଅଫିସ ସମ୍ମୁଖରେରେ ବସି ପ୍ରତିବାଦ ଜଣାଇଛନ୍ତି । ଗତ ୨୩ ତାରିଖରୁ ସେମାନେ ୭ ଦଫା ଦାବି ନେଇ ରାଜ୍ୟ ରାସ୍ତାରେ ବସିଛନ୍ତି । ଆନ୍ଦୋଳନକୁ ସୁରୁଖୁରୁରେ ଚଳାଇବା ପାଇଁ ଜିଲ୍ଲାୱାରୀ ପାଳି ବ୍ୟବସ୍ଥା କରାଯାଇଛି । ଯେଉଁ ଜିଲ୍ଲାର ପାଳି ପଡ଼ୁଛି, ସେହି ଜିଲ୍ଲାର କର୍ମୀମାନେ ଭୁବନେଶ୍ୱରରେ ଧାରଣା ଦେଉଛନ୍ତି ଏବଂ ଅନ୍ୟ ଜିଲ୍ଲାର କର୍ମୀମାନେ ନିଜ ନିଜ ବ୍ଲକରେ ଆନ୍ଦୋଳନ କରୁଛନ୍ତି । ସରକାରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ଯେକୌଣସି ପର୍ବପର୍ବାଣି ବା ଦିବସ ଆସୁ, ଧାରଣା ସ୍ଥଳରେ ହିଁ ସେମାନେ ପାଳନ କରିବେ, କିନ୍ତୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ କେହି ମଧ୍ୟ ଏଠାରୁ ଉଠିବେ ନାହିଁ । ପୂର୍ବ ଭଳି ସାମାନ୍ୟ ଅର୍ଥ ବୃଦ୍ଧି କିମ୍ବା କେବଳ ପ୍ରତିଶ୍ରୁତି ଦେଇ ସରକାର ପ୍ରଲୋଭିତ କରିବାକୁ ଚେଷ୍ଟା କଲେ ମଧ୍ୟ କର୍ମୀମାନେ କୌଣସି ପରିସ୍ଥିତିରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ଧାରଣା ଆନ୍ଦୋଳନରେ ବହୁ ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମୀ ସାମିଲ ହୋଇ ନିଜ ଦାବି ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି ।

Leave A Reply

Your email address will not be published.