jayashree

ପାଇକମାଲ ଓ ମିଠାପାଲିରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ଅଧିକାର ଓ ସରକାରୀ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ପାଇକମାଲ ଓ ମିଠାପାଲି ପଞ୍ଚାୟତରେ ଶ୍ରମ ବିଭାଗ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ପାଇକମାଲ ସହକାରୀ ଶ୍ରମ ଅଧିକାରୀ ଅରବିନ୍ଦ ହାତୀ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ପାଇକମାଲ ସରପଞ୍ଚ ତୁଳାବତୀ ତାଣ୍ଡି ଓ ସମ୍ମାନିତ ଅତିଥି ବ୍ଳକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁନୀଲ ଭୂଏ ଅତିଥି ଭାବେ ଯୋଗଦେଇଥିଲେ । ଶିବିରରେ ପ୍ରବାସୀ ଶ୍ରମିକମାନେ କାର୍ଯ୍ୟସ୍ଥଳୀକୁ ଯିବା ପୂର୍ବରୁ ଆବଶ୍ୟକ ସତର୍କତା ଅବଲମ୍ବନ, ନିଜର ଅଧିକାର ଓ ସରକାରୀ ସହାୟତା ସମ୍ପର୍କରେ ସଚେତନ ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ବହୁ ଶ୍ରମିକ ଯୋଗଦେଇଥିଲେ । ସେହିପରି ମିଠାପାଲି ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ସହକାରୀ ଶ୍ରମ ଅଧିକାରୀ ଅରବିନ୍ଦ ହାତୀଙ୍କ ସଭାପତିତ୍ୱରେ ଅନ୍ୟ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ମୁଖ୍ୟ ଅତିଥି ଏବଂ ସରପଞ୍ଚ ବିଳାସିନୀ ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉଭୟ ଶିବିରରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ସୁରକ୍ଷିତ ଭାବେ କାର୍ଯ୍ୟସ୍ଥଳୀକୁ ଯାତ୍ରା ଏବଂ ଶ୍ରମ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ଶ୍ରମିକ ମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ଉଭୟ ପଞ୍ଚାୟତର ବହୁ ଶ୍ରମିକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.