
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡ଼ାର ଜଣେ ଯୁବ, ଶିକ୍ଷିତ ତଥା ଜନସାଧାରଣଙ୍କ ମଧ୍ୟରେ ପରିଚିତ ଚେହେରା ଅମିତ କୁମାର ନାୟକ ଫୁଲବାଣୀ ଗସ୍ତ କରି ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ପ୍ରଦୀପ କୁମାର ମହାନ୍ତିଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସେ ବିଜେଡି କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ଏବଂ କନ୍ଧମାଳ ଏସ୍ପିଙ୍କ ସହ ସାକ୍ଷାତ୍ କରି ବାଲିଗୁଡ଼ା ଅଞ୍ଚଳରେ ବଢ଼ୁଥିବା ସାଇବର ଅପରାଧ ଓ ସୋସିଆଲ ମିଡିଆରେ ଫେକ୍ ଆଇଡି ମାଧ୍ୟମରେ ବିଭିନ୍ନ ବ୍ୟକ୍ତିଙ୍କ ବିରୋଧରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟ ଓ ଅପପ୍ରଚାର ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ହେଉଥିବା ଅପପ୍ରଚାର ଓ ବ୍ୟକ୍ତିଗତ ସମ୍ମାନହାନି ଭଳି ଘଟଣା ଉପରେ ରୋକ୍ ଲଗାଇବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବା ଦିଗରେ ଶ୍ରୀ ନାୟକ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ପ୍ରସଙ୍ଗରେ ପୁଲିସ ପ୍ରଶାସନର ହସ୍ତକ୍ଷେପ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ସାକ୍ଷାତ୍ ସମୟରେ ଫୁଲବାଣୀର ବରିଷ୍ଠ ବିଜେଡି ନେତା ତଥା ଫୁଲବାଣୀ ପୌରପାଳିକାର ପ୍ରଥମ ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେ ଏବଂ ବରିଷ୍ଠ ଆଇନଜୀବୀ ତଥା ବିଜେଡି ନେତା ପ୍ରତାପ ପାତ୍ର ଉପସ୍ଥିତ ଥିଲେ । ଅମିତ କୁମାର ନାୟକଙ୍କ ସହ ସୁଧାକର ନାୟକ, ମାନସ ନାୟକ, ପଙ୍କଜ ନାୟକ, ପିଣ୍ଟୁ ଭାଇଙ୍କ ସମେତ ଅନ୍ୟାନ୍ୟ ଯୁବ ସହଯୋଗୀ ମଧ୍ୟ ଯୋଗଦେଇଥିଲେ । ଯୁବ ନେତୃତ୍ୱ ଓ ଅଭିଜ୍ଞ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଏହି ମିଳନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା କେବଳ ଏକ ସୌଜନ୍ୟମୂଳକ ସାକ୍ଷାତ୍ରେ ସୀମିତ ନ ରହି ବାଲିଗୁଡ଼ା ଅଞ୍ଚଳର ଜନସ୍ୱାର୍ଥ, ଯୁବ ସମାଜର ସମସ୍ୟା ଏବଂ ଆଗାମୀ ଦିନର ରାଜନୈତିକ ଦିଗକୁ ନୂଆ ଦିଶା ଦେବ ବୋଲି ସମର୍ଥକ ମହଲରେ ଆଶା ପ୍ରକାଶ ପାଇଛି ।