jayashree

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ କେନିଆ ନାଗରିକ ଗିରଫ

ଭୁବନେଶ୍ୱର : ଅନଲାଇନ୍ କ୍ୟାରମ୍ ଗେମ୍‌ରୁ ପରିଚୟ, ଆଉ ସେହି ପରିଚୟରୁ ଅପହରଣ ଅଭିଯୋଗ । ପୁରୀର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଅପହରଣ କରି ଭୁବନେଶ୍ୱରର ଜାଗମରାସ୍ଥିତ ଏକ ଘରୋଇ ହୋଟେଲରେ ରଖିଥିବା ଅଭିଯୋଗରେ ୩୪ ବର୍ଷୀୟ କେନିଆ ନାଗରିକ ମହମ୍ମଦ ଫଇଜ୍ ମହମ୍ମଦଙ୍କୁ ଗିରଫ କରିଛି ପୁରୀ ପୁଲିସ । ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିବା ସହ ପରିବାରକୁ ଏକ ଲକ୍ଷ ଟଙ୍କା ଦାବି କରିଥିଲା । ପରିବାରର ଅଭିଯୋଗ ପରେ ମୋବାଇଲ୍ ଟ୍ରାକିଂ କରି ପୁଲିସ ଭୁବନେଶ୍ୱରରୁ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିଥିଲା । ଏପରିକି ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିବା ଓ ଦୁଷ୍କର୍ମ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଠାରୁ ପାସପୋର୍ଟ, ଭିସା ଓ କୋରାନ ଜବତ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନିଆଯିବ ବୋଲି ପୁରୀ ଏସ୍‌ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.