
- ଦୁର୍ଘଟଣା ସ୍ଥଳରେ ଉତ୍ତେଜନା
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅର୍ନ୍ତଗତ ଦାମୋଦର ପୁର ସ୍ଥିତ ଋଷିକୂଲ୍ୟା ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବିବାହିତ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଗଞ୍ଜାମ ଥାନା ପୋଲିସ ପହଞ୍ଚିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ଯୋଗୁଁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ମୃତ ମହିଳା ଜଣକ ଝାଡ଼କୁଦା ଗ୍ରାମର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ସ୍ୱାମୀ ଓ ସ୍ତ୍ରୀ ଏକ ସ୍କୁଟି ଯୋଗେ ଛତ୍ରପୁରରୁ ଘରକୁ ଫେରୁଥିବା ବେଳେ ମହିଳାଙ୍କ ଗାଡ଼ିକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା । ମହିଳା ଜଣକ ଗାଡ଼ିରୁ ଖସି ପଡ଼ିଥିଲେ । ଫଳରେ ପଛରୁ ଆସୁଥିବା ଏକ ଟ୍ରକ ମହିଳାଙ୍କୁ ଚାପି ଦ୍ରୁତ ଗତିରେ ଚାଲିଯାଇଥିଲା । ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଆଇଆଇସି ସୁମିତ୍ରା ପାତ୍ର ଏସ.ଡି.ପି.ଓ ଚନ୍ଦନ ଘଡେଇ ଓ ଅପର୍ଣ୍ଣା ଡଙ୍ଗୁଆ ଯୁବନେତା ସୁଧୀର କୁମାର ପାଢ଼ୀ, ମନୋଜ ପ୍ରଧାନ ପହଞ୍ଞ୍ଚିଥିଲେ । ପ୍ରଧାନ ଗଘଟଣା ସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।