
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସମେତ ସାରା ସୁନ୍ଦରଗଡ଼ ଜିଲ୍ଲାକୁ “ମଦ ମୁକ୍ତ ସୁନ୍ଦରଗଡ” ଗଠନ ଓ ପରେ ପରେ ସାରା ଓଡିଶାକୁ “ମଦ ମୁକ୍ତ ଓଡିଶା”ଗଠନ ପାଇଁ ହିନ୍ଦ ମଜଦୂର ସଭାର ରାଜ୍ୟ ଉପସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସେକ୍ଟର ୨ ସାହାନାଇ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ସାମଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ, ହିନ୍ଦ ମଜଦୂର ସଭାର ରାଜ୍ୟ ଉପସଭାପତି ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରାଉରକେଲାର ବରିଷ୍ଠ ନାଗରିକ ପତିତପାବନ ରାୟ, ଆମଆଦମୀ ପାର୍ଟିର ରଞ୍ଜନ ଲେଙ୍କା, ଗଗନ ବିହାରୀ ସାହୁ, ଚକ୍ରାନ୍ତ ଜେନା, ନିର୍ମଳ କୁମାର ଦାସ, ବିଦୁରେଖା ସାହୁ, ଖୁଣ୍ଟଗାଁର ପୂର୍ବତନ ସରପଞ୍ଚ ଜିତିନ ତିର୍କୀ, ତନୟ ରଥ, ସୁଶାନ୍ତ ଦାସ ପ୍ରଭୃତି ଉପସ୍ଥିତ ଥିଲେ । ବର୍ତ୍ତମାନର ଡବଲ ଇଂଜିନ ସରକାର ଓଡିଶା ରାଜ୍ୟକୁ ବିହାର ଓ ଗୁଜୁରାଟ ଭଳି ମଦମୁକ୍ତ କରିବାକୁ ନିର୍ବାଚନ ପୂର୍ବରୁ ଘୋଷଣା କରି ତିନି ବର୍ଷରେ ପଚାଶ କୋଟି କ୍ଷତି ସହିଥିବାରୁ ସ୍ଥାନୀୟ ଅବକାରୀ ଅଧିକାରୀଙ୍କ ପ୍ରରୋଚନାରେ ଯେଉଁ ଦେଶୀ ମଦର ନିଲାମୀ ନୋଟିସକୁ ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ପ୍ରତ୍ୟାଖାନ କରିଥିବାରୁ ରାଉରକେଲା ଓ ସୁନ୍ଦରଗଡ଼ ବାସୀଙ୍କ ତରଫରୁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଆଗାମୀଦିନରେ ସାରା ସୁନ୍ଦରଗଡ଼ ସମେତ ସାରା ଓଡିଶାକୁ ମଦ ଓ ନିଶାମୁକ୍ତ କରିବାକୁ ହିନ୍ଦ ମଜଦୂଳର ସଭା ମୁକ୍ତିକାନ୍ତ ବିଶ୍ୱାଳଙ୍କ ସହିତ ରହିବ ଓ ଆସନ୍ତା ପଂଚାୟତ ନିର୍ବାଚନ ପୂର୍ବରୁ ସରକାର ସୁନ୍ଦରଗଡ଼ ସମେତ ସାରା ରାଜ୍ୟକୁ ମଦ ମୁକ୍ତ କରନ୍ତୁ ନଚେତ ଆଗାମୀଦିନରେ ସାରା ସୁନ୍ଦରଗଡ଼ ଜିଲ୍ଲାରେ ନିଶାମୁକ୍ତି ଅଭିଯାନର ଏକ ରଥ ବୁଲାଇ ମହିଳାମାନଙ୍କୁ ବହୁଳ ପରିମାଣରେ ସାମିଲ କରାଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଛନ୍ତି ।