
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ବାର୍ଷିକ ପରିଦର୍ଶନରେ ସମ୍ବଲପୁର ଆୟୁକ୍ତ ତଥା ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ (ଆର୍ଡିସି) ସଂଗ୍ରାମ କେଶରୀ ମହାପାତ୍ର ଆସିଥିବା ସୂଚନା ମିଳିଛି । ଆଜି ଦିନ ପ୍ରାୟ ୧୧ ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ସମେତ ଏଡିଏମ୍, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ଅବସରରେ ଆର୍ଡିସି ଶ୍ରୀ ମହାପାତ୍ର କାର୍ଯ୍ୟାଳୟର ବିଭିନ୍ନ ଶାଖା ବୁଲି ଦେଖିବା ସହ କାର୍ଯ୍ୟ ପରିଚାଳନା ଯାଞ୍ଚ କରିଥିଲେ । ଏହା ସହ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ, ସରକାରୀ ଯୋଜନାର ଅଗ୍ରଗତି, ରାଜସ୍ୱ ମାମଲାର ନିଷ୍ପତ୍ତି ଓ ଜନ ଅଭିଯୋଗ ନିଷ୍ପତ୍ତି ସମ୍ପର୍କରେ ସମୀକ୍ଷା କରିଥିଲେ ।