
ନୂଆପଡା, (ସନ୍ତୋଷ କୁମାର ପଟ୍ଟନାୟକ) : ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସଭାପତି ପ୍ରସନ୍ନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଦ୍ୱାରସେନୀ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏନ୍ଡିୟୁଜେ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ନୂଆପଡା ଡିଷ୍ଟ୍ରିକ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଏନ୍ଡିୟୁଜେ)ସଂଘର ଏକ ବାର୍ଷିକ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇ ଉପସ୍ଥିତ ଥିଲେ । ସଭାରେ ସାମ୍ବାଦିକ ମାନଙ୍କ ସମସ୍ୟା, ସାମ୍ବାଦିକ ଭତ୍ତ୍ତା, ସୁରକ୍ଷା ସହ ଅନ୍ୟାନ୍ୟ ଉପରେ ଆଲୋଚନା ହେବା ସଂଘ କିପରି ଭାବରେ ସୁଦୃଢ ହୋଇ ଆଗକୁ ବଢିବ ସେ ଉପରେ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ । ଏହା ପରେ ସର୍ବସମ୍ମତି କ୍ରମେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ସୁଶାନ୍ତ କରଙ୍କୁ ମନୋନୀତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଦେବଦାସ ପାଢୀ, ଉପ ସଭାପତି ମକାରୁ ବେମାଲ, ଯୁଗ୍ମ ସମ୍ପାଦକ ଭାଗ୍ୟବାନ ମାଝି, କୋଷାଧ୍ୟକ୍ଷ ରଞ୍ଜିତ ପଣ୍ଡାଙ୍କୁ ଚୟନ କରାଯାଇଛି । ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଯୁଧୂଷ୍ଠିର ପଟେଲ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପଟ୍ଟନାୟକ, ଜିଲା ସଂଯୋଜକ ରାହୁଲ ରଣାଙ୍କୁ ମନୋନୀତ କରାଯାଇଛି । ସେହିପରି ନୂଆପଡା ବ୍ଲକ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, କୋମନା ବ୍ଲକ ସଭାପତି ହରେରାମ କରୁଆ, ଖଡିଆଳ ବ୍ଲକ ସଭାପତି ମାଇକଲ ନନ୍ଦ, ସିନାପାଲି ବ୍ଲକ ସଭାପତି ବିକାଶ ଖର୍ସେଲ ଓ ବୋଡେନ ବ୍ଲକ ସଭାପତି ଭାବରେ ପ୍ରକାଶ ସଗରିଆ ମନୋନୀତ ହୋଇଛନ୍ତି । ସଂଘ କେମିତି ସୁପରିଚାଳିତ ହୋଇ ଆଗକୁ ବଢିବ ଓ ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ସରକାରଙ୍କ ଠାରେ ସ୍ୱର ଉତ୍ତୋଲନ କରିବି ବୋଲି ନୂତନ ସଭାପତି କର ପ୍ରତିକ୍ରିୟା ରଖିଛନ୍ତି । ଏହି ସମୟରେ ରମାକାନ୍ତ ବନଛୋର, ଉପେନ୍ଦ୍ର ମଟାରୀ, ଗଣେଶ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।