jayashree

ବଲାଙ୍ଗିର ସାମ୍ବାଦିକ ଭବନରେ ଜାତୀୟ ପ୍ରେସ୍‌-୨୦୨୬ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକତା କ୍ଷେତ୍ରରେ କର୍ତ୍ତବ୍ୟବୋଧ ବଳିଷ୍ଠ ହେଲେ ଲୋକପ୍ରିୟତା ଆପେ ଆପେ ଆସେ । ଲୋକପ୍ରିୟତା ଅପେକ୍ଷା କର୍ତ୍ତବ୍ୟବୋଧ ପ୍ରତି ସାମ୍ବାଦିକମାନେ ଅଧିକ ଯତ୍ନବାନ ହୋଇପାରିଲେ ସମାଜର ଉନ୍ନତି ସାଧନ ହୋଇପାରିବ ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ‘ଜାତୀୟ ପ୍ରେସ ଦିବସ-୨୦୨୬’ ଅବସରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏବଂ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଜାତୀୟ ପ୍ରେସ ଦିବସ ପାଳନ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗଦାନ କରିଥିଲେ । ବିଶେଷ ବକ୍ତା ଭାବରେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମରେ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ଅତିଥି ଓ ବକ୍ତାମାନେ ଆଲୋଚନା କରିଥିଲେ । ସଂଘର ସାଧାରଣ ସଂପାଦକ ଦୀପକ କୁମାର ପୁରୋହିତ ମଂଚାସୀନ ହୋଇ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ଲକ୍ଷ୍ମୀ ସାକିଆ ମଂଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ସାମ୍ବାଦିକ ଚିତ୍ତରଂଜନ ମିଶ୍ର । ସଭା ଶେଷରେ ସଂଘର ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସାମ୍ବାଦିକ ଓ ସହରର ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.