jayashree

ନୃସିଂହନାଥରେ ଜାତୀୟ ପ୍ରେସ୍‌ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରବିବାର ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ବଡ ଶତପଥୀ ସଭାପତିତ୍ୱ କରିଥିବା ବେଳେ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ସ୍ୱାଗତ କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ପଦ୍ମପୁର ଟାଉନ କ୍ଲବର ସଭାପତି ପ୍ରୀତେଶ ବହିଦାର ଆଗାମୀ ପଦ୍ମପୁର ଷଷ୍ଠ ଲୋକ ମହୋତ୍ସବ ୨୦୨୬ ପାଇଁ ସାମ୍ବାଦିକ ସଂଘର ସଭାପତିଙ୍କୁ ନିମନ୍ତ୍ରଣ କରି ଉପଖଣ୍ଡର ସମସ୍ତ ସାମ୍ବାଦିକମାନେ ଲୋକ ମହୋତ୍ସବରେ ଯୋଗ ଦେବା ପାଇ ଅନୁରୋଧ କରିଥିଲେ ଓ ସଭାରେ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରି ପଲ୍ଲୀରୁ ଦିଲ୍ଲୀ ଯାଏଁ ସାମ୍ବାଦିକଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ସଭାପତି ଶ୍ରୀ ଶତପଥି ସାମ୍ବାଦିକମାନଙ୍କ ବତ୍‌ର୍ତ୍ତମାନ ସମାଜରେ କି କି ଭୂମିକା ରହିଛି ସେନେଇ ଆଲୋକପାତ କରିଥିଲେ । ସାମ୍ବାଦିକ ସୁରଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ପଦ୍ମପୁରରୁ ଆସିଥିବା ଲୋକ ମହୋତ୍ସବର ସମସ୍ତ କର୍ମକର୍ତ୍ତାମାନେ ନୃସିଂହନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ ପତ୍ର ଦେଇ ଭଗବାନଙ୍କ ଶରଣାପନ୍ନ ହୋଇଥିଲେ ।

Leave A Reply

Your email address will not be published.