jayashree

ପଦ୍ମପୁର ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ସୃଜନଶୀଳତା, ଅନୁସନ୍ଧିତ୍ସା ଓ ନବସୃଜନର ଭାବନାକୁ ଉଜ୍ଜୀବିତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାରେ ପହଣ୍ଡି ବିଜୟ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜୀବନାନନ୍ଦ ସାହୁ, ବୃନ୍ଦାବନ ଦାଶ ଓ ମାନସ ରଞ୍ଜନ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ବିଜ୍ଞାନର ଉପଯୋଗିତା ଓ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଛାତ୍ରୀମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ଓ ନୂତନ ଉଦ୍ଭାବନ ଦିଗରେ ଆଗେଇ ଆସିବାକୁ ପ୍ରେରଣା ଦେଇଥିଲେ । ଏହି ବିଜ୍ଞାନ ମେଳାରେ ଛାତ୍ରୀମାନେ ବିଭିନ୍ନ ବିଷୟ ଉପରେ ଆଧାରିତ ରେକର୍ଡ ସଂଖ୍ୟକ ୨୦୫ଟି ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ପ୍ରକଳ୍ପ ପଛରେ ଥିବା ବୈଜ୍ଞାନିକ ତତ୍ତ୍ୱ ଓ ଏହାର ବ୍ୟବହାରିକ ଉପଯୋଗିତାକୁ ଛାତ୍ରୀମାନେ ସୁନ୍ଦର ଭାବେ ବୁଝାଇଥିଲେ । ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ ନିମନ୍ତେ ନନ୍ଦକିଶୋର ବରିହା, ମନୀଷା ଭୋଇ, ପୂଜା ସାହୁ, ଶେଫାଳୀ ପାତ୍ର ଓ ଅନୁପମା ମେହେର ବିଚାରକ ଭାବେ ଯୋଗଦେଇଥିଲେ । ସେମାନେ ପ୍ରକଳ୍ପ ଗୁଡ଼ିକର ନୂତନତ୍ୱ, ବୈଜ୍ଞାନିକ ଆଧାର, ଉପଯୋଗିତା ଓ ଉପସ୍ଥାପନା ଶୈଳୀକୁ ଆଧାର କରି ମୂଲ୍ୟାୟନ କରିବା ସହ ଛାତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋସ୍ନା ରାଣୀ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରବୀନା ପଧାନ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ମଞ୍ଜୁଲତା ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁବାଷ ଚନ୍ଦ୍ର ଝଗରା, ସଂଯୁକ୍ତା ଭୋଇ, ବୃନ୍ଦାବତୀ ସାହୁ, ପ୍ରଭାତ କୁମାର ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ବୀର ହାତୀ, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହାୟତା କରିଥିଲେ ।

Leave A Reply

Your email address will not be published.