jsm

ବୀର ଯବାନଙ୍କୁ ଉମା ମାହେଶ୍ବରୀ ଶକ୍ତିପୀଠରେ ସମର୍ଦ୍ଧନା

csstore

ବରଗଡ଼ : ମାଁ ମାଟି ର ସେବାରେ ନିଜକୁ ସମର୍ପିତ କରି ଘର ଛାଡି ବାହାରେ ରହୁଥିବା ଭାରତ ମାତାର ସେଇ ବୀର ଯବାନ ପୁଅ ଆଜି ନିଜର ଜନ୍ମ ମାଟିକୁ ଫେରିଛନ୍ତି । ଏହି ଶୁଭ ଅବସରରେ ମା’ ମାଟିର ସେ ବୀର ପୁଅ ମାନକର ଲାଗି ଆଜି ବରଗଡ ଜିଲ୍ଲା ଉମା ମାହେଶ୍ବରୀ ଶକ୍ତିପୀଠ କୁରୁଆଁ ଗ୍ରାମରେ ମା’ ମାହେଶ୍ବରୀ ସେନା ତରଫରୁ ଏକ ସମର୍ଦ୍ଧନା ଉତ୍ସବ ଆୟୋଜନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଦୟାସାଗର ମେଣ୍ଡେଲି ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ସୁବାଷ ଥାଟି, ହରିଶଙ୍କର ବେହେରା, ତ୍ରିଲୋଚନ କମ୍ପ, ଜଗନ୍ନାଥ କର୍ଣ୍ଣ, ଋଷଭ କର୍ଣ୍ଣ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଅବସରପ୍ରାପ୍ତ ଭାରତୀୟ ମୁଖ୍ୟ ସେନା ବିଭାଗୀୟ ଯବାନ ଦଧିବାବନ ମହାକୁର, ମୁକେଶ ବଘାର ଓ ମାହେଶ୍ବରୀ ସଂସ୍କୃତି ପ୍ରଚାର ପ୍ରସାର କାର୍ୟ୍ୟ କରୁଥିବା ରାଜଶେଖର କମ୍ପ, ବିଜୟ ପର୍ଡିଆ, ବବୁଲା ଚନ୍ଦ, ପ୍ରମୋଦ ଦେହେରୀ ଏବଂ ନୂତନ ଭାବରେ ଭାରତୀୟ ସେନା ଯୋଗ ଦେବାକୁ ଥିବା ଶରତ ତିଲାକିଆ, ସରୋଜ କର୍ଣ୍ଣ, ଗୋଲାପ ପାତ୍ରଙ୍‌ଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା । ସଭା ମା’ ମାହେଶ୍ବରୀ ସେନାର ସଦସ୍ୟ ଆକାଶ ପଧାନ ପରିଚାଳନା କରିଥିଲେ । ଏଥିରେ ମା’ ମାହେଶ୍ବରୀ ସେନାର ସଦସ୍ୟ ଓ କୁରୁଆଁ ଗ୍ରାମବାସୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.