jayashree

ନୃସିଂହନାଥରେ ‘ପ୍ରକୃତି ସୁରକ୍ଷା ଓ ସ୍ୱଚ୍ଛତା : ଏକ ଆହ୍ଵାନ’ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରକୃତିର ସୁରକ୍ଷା ଓ ପରିବେଶର ସ୍ୱଚ୍ଛତା ରକ୍ଷା କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଠାରେ ‘ପ୍ରକୃତି ସୁରକ୍ଷା ଓ ସ୍ୱଚ୍ଛତା : ଏକ ଆହ୍ଵାନ’ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଗନ୍ଧମାର୍ଦ୍ଦନ ବନସ୍ପତି, ନୃସିଂହନାଥ, ପକ୍ଷରୁ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ସମ୍ପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଗନ୍ଧମାର୍ଦ୍ଦନ ବନସ୍ପତିର ସମ୍ପାଦକ ପ୍ରକୃତିବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମହାଦେବ ବେହେରା, ନନ୍ଦଲାଲ ନାୟକ, ମିନକେତନ ବେହେରା, ଡ. ସୁରେଶ ଅଗ୍ରୱାଲ, ଯୋଗେସ ମିତ୍ତଲ, ସୁବାସ ଚନ୍ଦ୍ର ସାହୁ, ଲୋହିତ ବାରିକ, ଜନାର୍ଦ୍ଦନ ପଣ୍ଡା, ଯୋଗେଶ୍ୱର ନାୟକ, ମହାଦେବ ବେହେରା, ସୁରେନ୍ଦ୍ର କୁମାର ସାହୁ, ଗୋପିନାଥ ସୁନା, ତ୍ରିଲୋଚନ ଭୁଏ, ହେମନ୍ତ ବାରିକ ଓ ଗାନ୍ଧୀ ପଧାନ ପ୍ରମୁଖ ଯୋଗଦେଇ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଜଙ୍ଗଲ, ଜଳ, ମାଟି ଓ ବାୟୁର ସୁରକ୍ଷା ଅତ୍ୟନ୍ତ ଜରୁରୀ । ବୃକ୍ଷରୋପଣ, ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ଜଳ ସଂରକ୍ଷଣ ଓ ପରିବେଶକୁ ସ୍ୱଚ୍ଛ ରଖିବା ଦିଗରେ ପ୍ରତ୍ୟେକ ନାଗରିକ ସଚେତନ ହେବା ସହ ସକ୍ରିୟ ଭାବରେ ଯୋଗଦାନ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଦନ ପର୍ବତମାଳାର ପ୍ରାକୃତିକ ସମ୍ପଦ, ଔଷଧୀୟ ବୃକ୍ଷଲତା ଓ ଜୈବ ବିବିଧତାର ସୁରକ୍ଷା ସହିତ ପ୍ରାକୃତିକ ପରିବେଶକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ପରିବେଶ ସୁରକ୍ଷା ପାଇଁ ପ୍ରଶଂସନୀୟ କାର୍ଯ୍ୟ ଓ ଅବଦାନ ପାଇଁ ଫରେଷ୍ଟର ରମେଶ କୁମାର ପ୍ରଧାନ, ରଜନୀକାନ୍ତ ବଢ଼େଇ, ଏବଂ ସାପ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ନେକ୍ ହେଲ୍ପଲାଇନ୍ କର୍ମୀ ଚିମନ ଲାଲଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରକୃତିବନ୍ଧୁ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ର ପ୍ରକୃତି ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ସହିତ ପରିବେଶ ସଂରକ୍ଷଣ ଦିଗରେ ସାମୂହିକ ପ୍ରୟାସକୁ ଆଗେଇ ନେବାର ଏକ ଉଦ୍ୟମ ଥିଲା ।

Leave A Reply

Your email address will not be published.