jayashree

କଟକରେ ରେଳ ଧାରଣାରୁ ମିଳିଲା ପୋଲିସ ଏଏସ୍‌ଆଇଙ୍କ ମୃତଦେହ : ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ : ରେଳ ଧାରଣାରୁ ମିଳିଲା ପୋଲିସ ଏଏସ୍‌ଆଇଙ୍କ ମୃତଦେହ । କଟକ ଲିଙ୍କ୍ ରୋଡ୍‌ର କାଠଯୋଡ଼ି ଷ୍ଟେସନ୍‌ ନିକଟ ରେଳ ଧାରଣାରୁ ଏଏସ୍‌ଆଇ ଜିତେନ୍ଦ୍ର ସାମନ୍ତରାୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏଏସ୍‌ଆଇଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଖବର ପାଇ ପୁଲିସ ଓ ଜିଆର୍‌ପି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହା ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି, ସେନେଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ଘଟଣାସ୍ଥଳରୁ ଆବଶ୍ୟକ ତଥ୍ୟପ୍ରମାଣ ସଂଗ୍ରହ କରିବା ସହ ପରିବାର ସଦସ୍ୟ ଓ ସହକର୍ମୀଙ୍କୁ ପଚରାଉଚରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏହି ଘଟଣାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Leave A Reply

Your email address will not be published.