ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଶେରଶାହ : ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି ଘୋଷଣା କଲେ ଫିଲ୍ମ ନିର୍ମାତା କରନ ଜୋହର

ମୁମ୍ବାଇ : ଚଳିତ ବର୍ଷ ଜୁଲାଇ ମାସରେ ରିଲିଜ୍ ହେବାକୁ ଯାଉଛି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରଶାହା । ଫିଲ୍ମର କାହାଣୀ କାର୍ଗିଲ ଯୁଦ୍ଧ ଉପରେ ଆଧାରିତ । ଏହି ଫିଲ୍ମରେ ସିଦ୍ଧାର୍ଥ ପିଭିସି ଅଧିନାୟକ ବିକ୍ରମ ବତ୍ରାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ୧୯୯୯ ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୀମାନ୍ତରେ ଶତ୍ରୁମାନଙ୍କ ସହ ଲଢିବା ପାଇଁ ବିକ୍ରମ ବତ୍ରା ନିଜକୁ ବଳିଦାନ ଦେଇଥିଲେ । ଫିଲ୍ମର ନିର୍ମାତା କରନ ଜୋହର ପୋଷ୍ଟର ସେୟାର କରି ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ଯେ ‘ଶେରଶାହା’ ଜୁଲାଇ ୨,୨୦୨୧ରେ ରିଲିଜ୍ ହେବାକୁ ଯାଉଛି । ତେବେ ଫିଲ୍ମଟିକୁ ବିଷ୍ଣୁ ବର୍ଦ୍ଧନ ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.