
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରୁ ବହି ଆସୁଥିବା ସୋନଗଡ ନଦୀର ଦୁଇଟି ସ୍ଥାନ ଓ କେଉଁଟିଜୋରରେ ଗୋଟିଏ ବ୍ୟାରେଜ ନିର୍ମାଣ କରିବା ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଉପରେ ମହୋର ମାରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ବ୍ୟାରେଜ ନିର୍ମାଣ ହେବା ସ୍ଥାନକୁ ଚିହ୍ନଟ କରିଛନ୍ତି ଜଳ ସଂପଦ ବିଭାଗର ଅଧିକାରୀମାନେ । ଏନେଇ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସହ ଜରାସିଂହା ସାଲେପାଲି ମଧ୍ୟ ଭାଗ ଓ ଅନ୍ତର୍ଲା ସୋନଗଡ଼ ନଦୀକୁ ଯାଇ ଦେଖିଥିଲେ । ତେବେ ଜଳ ସଂପଦ ବିଭାଗର ଜାଗା ଚିହ୍ନଟ ବେଳେ ବରିଷ୍ଠ ବିଜେଡ଼ି ନେତା ଉମା ଶଙ୍କର ସିଂ, ସୁଶୀଲ ଚାନ୍ଦ, ଶୈଳେନ୍ଦ୍ର ସାହୁ, ହିତେଶ ଦଳାଇଙ୍କ ସହ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ତେବେ ସୋନଗଡ଼ ନଦୀରେ ହେବାକୁ ଥିବା ବ୍ୟାରେଜକୁ ନେଇ ଚାଷୀ ମହଲରେ ଉତ୍ସାହ ଦେଖାଦେଇଛି ।