jayashree

ଜାମସେଠ ସାର୍ବଜନୀନ କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ନଭେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ପାଇକମାଲ ବ୍ଲକ ଜାମସେଠରେ ସାର୍ବଜନୀନ କାଳୀପୂଜା ଅନୁଷ୍ଠିତ ହେବ । ଏହି ଅବସରରେ ପୂଜାର ସୁପରିଚାଳନା ଓ ବିଭିନ୍ନ ଆୟୋଜନକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂଜା କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ କର୍ମକର୍ତ୍ତା ଓ ଉପଦେଷ୍ଟାମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଥିଲା । ଏଥିରେ ହେମନ୍ତ ପ୍ରଧାନ ସଭାପତି, ଅକ୍ଷୟ ପ୍ରଧାନ ସମ୍ପାଦକ ଏବଂ ସନ୍ତୋଷ ପୂଝାରୀ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଳାଇବେ । ଚନ୍ଦ୍ରଭାନୁ ସାହୁ ସପତ୍ନୀକ ଅନୀତା ସାହୁ କର୍ତ୍ତା ଏବଂ ଗୋବର୍ଦ୍ଧନ ଦାସ ପୂଜକ ଭାବେ ରହିଛନ୍ତି । ଉପଦେଷ୍ଟା ଭାବେ ଆର୍ତ୍ତତ୍ରାଣ ସାହୁ, ଶତ୍ରୁଘ୍ନ ସାହୁ, ପ୍ରମୋଦ ରାୟ, କ୍ଷିରୋଦ୍ର ମାଝୀ, ସରୋଜ ପଟ୍ଟନାୟକ, ନଟବର ପ୍ରଧାନ, ଅମୀୟ ରଣା, ଶରତ ତାଣ୍ଡି, ସୁରେଶ ରଣା, ତ୍ରିନାଥ ରଣା, ନେତ୍ରାନନ୍ଦ ରଣା, ପ୍ରଦୀପ୍ତ ସାହୁ, ରବି ରଣା, ମଦନ ଭୋଇ, ଦେବାଶିଷ ପଟ୍ଟନାୟକ, ଶିବ ପ୍ରଧାନ, ନିରଞ୍ଜନ ପ୍ରଧାନ, କୁଶଳ ରଣା ଓ ମନଧର ଭୋଇ ରହିଛନ୍ତି । ପୂଜାକୁ ଶାନ୍ତିଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ କରିବା ପାଇଁ କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଜାରି ରହିଛି । ଶେଷରେ ସୋମେଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.