jayashree

ରାଉରକେଲା କୋଏଲନଗର ସ୍ଥିତ ଅବସର ଭବନ ଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି କୋଏଲନଗର ସ୍ଥିତ ଅବସର ଭବନ ଠାରେ ଆର୍‌ଏସ୍‌ପି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସଭାପତି ରାଧାମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ଅତିଥି ଭାବେ ଚନ୍ଦ୍ରମଣି ବେହେରା, ଅଭୟ କୁମାର ଦାସ, ସୁରେନ୍ଦ୍ର କୁମାର ରାଉତ, ଧନଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ନରେନ୍ଦ୍ର କୁମାର ରାଣା ଉତ୍କଳମଣିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଚିତ୍ତରଞ୍ଜନ ଦାସ, କୃତ୍ତିବାସ ମହାପାତ୍ର, ସନ୍ତୋଷ ମହାପାତ୍ର ଓ ଜଗନ୍ନାଥ ମହାନ୍ତ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ରଥିନ୍ଦ ପ୍ରଧାନ ସହଯୋଗ କରିଥିଲେ । ଅବସର ଭାବନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.