jayashree

ପାଇକମାଲ ଦୁର୍ଗାପୂଜା କମିଟି ପକ୍ଷରୁ ସାଂସଦଙ୍କୁ ନିମନ୍ତ୍ରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଚଳିତବର୍ଷର ଦୁର୍ଗାପୂଜା ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ବୁଧବାର ପାଇକମାଲ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସାଂସଦ ଶ୍ରୀ ପୁରୋହିତଙ୍କୁ ଭେଟି ନିମନ୍ତ୍ରଣପତ୍ର ପ୍ରଦାନ କରିଥିଲେ । ପୂଜା ଉତ୍ସବରେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିବାକୁ କମିଟି ପକ୍ଷରୁ ସାଂସଦଙ୍କୁ ଅନୁରୋଧ କରାଯାଇଥିଲା । ନିମନ୍ତ୍ରଣ ପ୍ରଦାନ ସମୟରେ କମିଟି ସଭାପତି ଗୌତମ ସିଂ, ଉପସଭାପତି କୁନ୍ଦନ ପ୍ରଧାନ, ସମ୍ପାଦକ ରୋଶନ ପାଣିଗ୍ରାହୀ, ଗୁଣ ନାଗ, ସୁବାଷ ସଗଡ଼ିଆ, ଯୋଗେନ୍ଦ୍ର ଭୋଇ, ଶରତ ଦାଶ, ଜୁବୁଳୁ ଦାଶ ଓ ବିକ୍ରି ଅଗ୍ରୱାଲଙ୍କ ସମେତ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.