jayashree

ଗଞ୍ଜାମ ବାତ୍ୟାରେ ଦେବଗଡ଼ ଜିଲ୍ଲାର ଓଡ୍ରାଫ୍ ଟିମ୍‌ର ପ୍ରଶଂସନୀୟ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଅର୍ଣ୍ଣବ, ମୁରାସୁ, ଏବଂ ‘’ଅକୱାନ୍”ର ପ୍ରବାହ ଜାରି ରହିଥିବା ବେଳେ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଦେବଗଡ଼ ଚତୁର୍ଥ ଆଇ.ଆର.ବି.ଏନ୍. ଓଡ୍ରାଫ୍ ଟିମ୍ ଉଲ୍ଲେଖନୀୟ ସେବା ପ୍ରଦାନ କରିଛି । ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏହି ଟିମ୍ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ରାସ୍ତା ଉପରେ ପଡ଼ିଥିବା ଗଛ ଓ ଡାଳ ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ । ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ହଟାଇବା ସହ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନରେ ମଧ୍ୟ ସହଯୋଗ କରିଥିଲେ। । ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତିରେ ନିଷ୍ଠାର ସହ ସେବା ଯୋଗାଇଥିବା ଏହି ଟିମ୍‌କୁ ପାତ୍ରପୁର ବ୍ଲକବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି । ଏସ୍.ଆଇ. (ଆର୍ମଡ୍) ଜଗତରାମ ସାଏଙ୍କ ନେତୃତ୍ୱରେ ଉପାସୁ ମାହାର, ପୁରୁଷୋତ୍ତମ ସାମଲ, ଶୁଭେନ୍ଦୁ ପ୍ରଧାନ, ପୀତାବାସ ସାହୁ, ଟି. ସୁନ୍ଦର ସାହୁ, ପ୍ରଶାନ୍ତ ସାହୁ, ଦୁର୍ଗା ମୁଣ୍ଡା, ଭୂପେନ ସାମଲ, ବିଭୂତି ଭୂଷଣ ସାହୁ, ରବୀନ୍ଦ୍ର ବେହେରା, ଜ୍ଞାନନିଧି ଭୋଇ ଓ ଡ୍ରାଇଭର ପରେଶ ପ୍ରଧାନ ଏହି ସେବା କାର୍ଯ୍ୟରେ ସାମିଲ ଥିଲେ ।

Leave A Reply

Your email address will not be published.