
ପୁଇଁତଲା / ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଓଡ଼ିଶା ବନ୍ଦ ଡାକରା ଅବସରରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଞ୍ଚଳରେ କଂଗ୍ରେସ ତରଫରୁ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି । ପୁଇଁତଲା ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ ସମେତ ମଲମଣ୍ଡା, ରଣ୍ଡା, ବୈରାସର ପର୍ଯ୍ୟନ୍ତ ଏବଂ ସମ୍ବଲପୁର ମୁଖ୍ୟ ରାସ୍ତାର ଛତାମଖନା ଯାଏଁ ସମସ୍ତ ଦୋକାନ ବଜାର, ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି । ଏହି ବନ୍ଦ ଡାକରାରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସରୋଜ କୁମାର ମେଶ୍ୱା, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, ଦଳିତ ନେତା ଜ୍ୟୋତିଷ ମୁଗ୍ରି, ସିତାରାମ କୁମ୍ଭାର, ବରିଷ୍ଠ କଂଗ୍ରେସ ନେତା ଉମାକାନ୍ତ ସାହୁ, ସାମାଜିକ ସଂଗଠକ ତଥା ବରିଷ୍ଠ କଂଗ୍ରେସ ନେତା ଓମ୍ ପ୍ରକାଶ କୁମ୍ଭାର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜନସାଧାରଣଙ୍କ ସହଯୋଗ ପାଇଁ କଂଗ୍ରେସ ନେତୃବୃନ୍ଦ ଧନ୍ୟବାଦ ଜଣାଇଛନ୍ତି ।