jayashree

ଗଛରେ ଝୁଲୁଛି ଅଚିହ୍ନା ଯୁବକଙ୍କ ମୃତଦେହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଜାମୁଟିଆ ନଦୀ ନିକଟସ୍ଥ ବଣରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଗାଁର କିଛି ଲୋକ ନଦୀ ପଟକୁ ଯାଉଥିବା ବେଳେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଘଟଣା ଦେଖି ସେମାନେ ଭୟଭୀତ ହୋଇ ଗାଁକୁ ଫେରି ଅନ୍ୟମାନଙ୍କୁ ଖବର ଦେଇଥିଲେ । ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ତେବେ ମୃତ ଯୁବକଙ୍କୁ କେହି ଚିହ୍ନିପାରିନଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ଚନ୍ଦନଭାଟୀ ଫାଣ୍ଡି ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି । ଯୁବକଙ୍କ ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.