
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା, ବରଗଡ଼ ବ୍ଲକ, ଅଧୀନସ୍ଥ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬, ସଂଯୋଜିକା ରେବତୀ ରାଉତିଆଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ, ଆମର ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଭାବନା ସାହୁ । ସାଧନକେନ୍ଦ୍ର ସ୍ତରୀୟ ତେରଟି ବିଦ୍ୟାଳୟରୁ ବହୁମାତ୍ରାରେ ଛାତ୍ର ଛାତ୍ରୀ ଏହି ମହୋତ୍ସବରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ “ସୁରଭି -୨୦୨୬” ର ମୁଖ୍ୟ ପ୍ରସଙ୍ଗ ହେଉଛି “ସମୃଦ୍ଧ ଭାଷା : ସମୃଦ୍ଧ ଓଡିଶା”କୁ ଭିତ୍ତି କରି ସୃଜନଶୀଳ ଲିଖନ, ବକ୍ତୃତା, ଗୀତ, ବିତର୍କ, ପ୍ରବନ୍ଧ ଲିଖନ, ହସ୍ତାକ୍ଷର ଶ୍ରୁତ ଲିଖନ, ଚିତ୍ରାଙ୍କନ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ଏବଂ ସାଂସ୍କୃତିକ ନୃତ୍ୟ ତଥା ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଗଳ୍ପକଥନ, ଗଣିତ କୁଇଜ ଓ ଗଣିତ ଦୌଡ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ପୁନଶ୍ଚ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଚିତ୍ରାଙ୍କନ ଓ ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତା ମାନଙ୍କରେ ନାଟ୍ୟଗୁରୁ ନକୁଳ ବାଦି, ସୁଗ୍ରୀବର ବିଶି ସଙ୍ଗୀତଜ୍ଞ ଗୋପାଳ ମିଶ୍ର, କୁମୁଦିନୀ ପାଣିଗ୍ରାହୀ, ବୀରେନ୍ଦ୍ର କୁମାର ମହାପାତ୍ର, ପ୍ରଦୀପ ପଣ୍ଡା, ତେଜରାଜ ହୋତା, ସୁପ୍ରଭା ସାମଲ, ଅରୁଣା ସାହୁ, ନୀଳାମ୍ବର ମେହେର, ରମେଶ ପାଣ୍ଡେ, ମନୋଜ ଜେନା ଆଦି ବିଚାରକ ଭାବରେ ଯୋଗଦାନ କରିଥିଲେ । ଉଦ୍ଯାପନୀ ସଭାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅକ୍ଷୟ କୁମାର ସାହୁ । ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ସୁନା ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ତୁଲାଇଥିଲେ । ଭକ୍ତ ଭୋଇ, ନବୀନ କୁମାର ସାବତ, ମନୋଜ ଦାଶ, ଅରବିନ୍ଦ ଗୁପ୍ତା, ଅଚ୍ୟୁତାନନ୍ଦ ଦାଶ, ଅନିତା ସାହୁ, କଳ୍ପିତା ବେହେରା, ସୀତା ଜାଲ, ସୁହାସିନୀ ମିଶ୍ର, ସାରଦା ମହାନ୍ତି, ସଚିନ କୁମାର ସାହୁ, ସ୍ଵର୍ଣ୍ଣଲତା ହୋତା, ଗୀତାଞ୍ଜଳି ପତି, ଅରୁଣା ବାଗ, ସଞ୍ଜୁବାଳା ପୃଷ୍ଟି, ପୁଷ୍ପାଞ୍ଜଳି ପ୍ରଧାନ, ଆଶୁତୋଷ ଛତର ପ୍ରମୁଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ପିଏମ୍ଶ୍ରୀ ଜର୍ଜ ହାଇସ୍କୁଲ ଓ ତୃତୀୟ ସ୍ଥାନ କେନାଲ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧିକାର କରିଥିଲେ । ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ବ୍ଲକ ସ୍ତରୀୟ ସୁରଭିରେ ଅଂଶଗ୍ରହଂଣ କରିବେ ବୋଲି ସିଆର୍ସିସି ମୋହଦୟା ସୂଚନା ଦେଇଥିଲେ । ପରିଶେଷରେ ଶିବ ପ୍ରସାଦ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।