
ବାରିପଦା, (ଦେବସ୍ମିତ ଚୌଧୁରୀ) : ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ ବାରିପଦା, ଶାଖାର ସଚେତନା ଶିବିର ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ସଚେତନତା ଶିବିର ପରିଚାଳନା ହୋଇଥିଲା । ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ଓଡିଶାର କାର୍ଯ୍ୟଜାରୀ ସଚିବ ଓ ସିଟିଜେନ୍ସ ହ୍ୟୁମାନ ରାଇଟ୍ସ କ୍ଲିନିକ, ବାରିପଦା ଶାଖାର ସଭାପତି ସ୍ୱରୂପ କୁମାର ବଶାଙ୍କ ନେତୃତ୍ୱରେ ଦେବାଶିଷ ଦାସ, କନିକା ବୋଷ, ଜଗନ୍ନାଥ ମିଶ୍ର, ମୂର୍ଚ୍ଛନା ଦାସ ପଟ୍ଟନାୟକ, ଗୋକୁଳ ଚନ୍ଦ୍ର ଦାସ, ବିବେକାନନ୍ଦ ପାତ୍ର, ଅନିଲ ବେହେରା, ନମିତା ସେଠି, ଅଶ୍ୱନୀ କୁମାର ଦାସ, ଅନନ୍ତକୁମାର ବେହେରା ଓ ଅମରେଶ କୁମାର ମହାନ୍ତ ଅଂଶ ଗ୍ରହଣ କରି ନାଗରିକ ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ, ସଡ଼କ ସୁରକ୍ଷ୍ୟା ଓ ଆବଶ୍ୟକୀୟ ଚେତାବନୀ, ବଜ୍ରପାତ ଓ ଏହାର ଆଶୁ ଚିକିତ୍ସା, ସର୍ପାଘାତ ଓ ତାର ଆସୁ ଚିକିତ୍ସା, ଛାତ୍ର / ଛାତ୍ରୀ ମାନଙ୍କର ଆତ୍ମହତ୍ୟା ପ୍ରବୃତି ଓ ତାର ପ୍ରତିକାର, ହସ ମାଧ୍ୟମରେ ଶିକ୍ଷା ଓ ଶରୀରର ବିକାଶ, ଧ୍ୟାନ କରିବାର ଆବଶ୍ୟକତା, ସମୟର ଉପଯୋଗିତା, ସୁଷମ ଖାଦ୍ୟ ଓ ଶରୀରର ଉପଯୁକ୍ତ ଗଠନ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏଭଳି ସଚେତନା ଶିବିର ବହୁତ ଉପଯୋଗୀ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ବିଦ୍ୟାଳୟ ତରଫରୁ ଅଶ୍ୱନୀ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।