jayashree

ମୁରିବାହାଲରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

  • ମୋଟ ୩୫୬ଜଣ ଭିନ୍ନକ୍ଷମ ପଞ୍ଜୀକୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ ତଥା ମୁରିବାହାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ବୁଧବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ବାସନ୍ତୀ ସେଠୀ ମୁଖ୍ୟ ଅତିଥି, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ଗୋଇମୁଣ୍ଡ ସରପଞ୍ଚ କାଳିଆ ସରାଫ ଓ ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ଶିବିରରେ ଶାରୀରିକ ଭିନ୍ନକ୍ଷମ ୮୮ଜଣ, ଶ୍ରବଣ ବାଧିତ ୫୪, ଦୃଷ୍ଟି ବାଧିତ ୩୩, ମାନସିକ ଅନଗ୍ରସର ୩୦, ଫିଜିଓଥେରାପୀ ୫୭, ଏଡ୍ସ ଏଣ୍ଡ ଏପ୍ଲିଆନ୍ସେସ ୪୧ ଓ ଅନ୍ୟାନ୍ୟ ୫୩ଜଣ ମିଶି ମୋଟ ୩୫୬ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ ଓ ପଞ୍ଜୀକରଣ କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗର ବିଶେଷଜ୍ଞ ରୂପେ ଡାକ୍ତର ହେମନ୍ତ କୁମାର ବାମିଡି, ଡାକ୍ତର ଅନିଲ କୁମାର ନାୟକ, ଡାକ୍ତର ଅଭିଳାଷ, ଡାକ୍ତର ସ୍ୱାତୀ ସୁଚରିତା ଭୂୟାଁ ଓ ଡାକ୍ତର ପ୍ରଣତୀ ସାହୁ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ । ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ପିିଇଓ ଅର୍ଜୁନ ଛୁରା କାର୍ଯ୍ୟକ୍ରମ ସଂଯୋଜନା ଓ ରାଜ ସିଂ ବାବୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.