jayashree

ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ତରଫରୁ ମିଶନ ବାଳକ ଉ: ପ୍ରା : ବିଦ୍ୟାଳୟରେ ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଆଚାର୍ଯ୍ୟ ସୁଚିତ୍ର ସୁନା ଓ ଧ୍ରୁବରାଜ ଚୋପଦାରଙ୍କ ମଞ୍ଚରେ ଉପବେଶନ ଥାଇ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହୋଇଥିଲା । ପ୍ରାରମ୍ଭରେ ଆଚାର୍ଯ୍ୟ ସୁନା, ଅନ୍ତର୍ଜାତୀୟ ଶିକ୍ଷକ ଦିବସର ଶୁଭେଚ୍ଛା ଜ୍ଞାପନ ସହ ଶିକ୍ଷକ ମାନଙ୍କ ସହ ଦୁଃଖସୁଖରେ ରହିବାକୁ ପ୍ରତିଶୃତି ଦେଇଥିଲେ । ସୁଧାଂଶୁ ପଟେଲ ଶିକ୍ଷା ଓ ଶିକ୍ଷକ ମାନଙ୍କର ଉପରେ ଅଭିଭାଷଣ ରଖିଥିଲେ । ମିଶନ ବାଳକ ଉପ୍ରା ସ୍କୁଲ ପ୍ରଧାନ ଶିକ୍ଷକ ମନ ମୋହନ ଲିମ୍ମା ସଂଗଠନର ଆଭିମୁଖ୍ୟ ଓ ଏହାର ସଶକ୍ତିକରଣ ପାଇଁ ଆହ୍ୱାନ ଦେଇଥିଲେ । ଲୋଇସିଂହା ବ୍ଲକର ବରିଷ୍ଠ ଶିକ୍ଷକ ମୁରା ସିଂ କୁଅଁରଙ୍କ ବ୍ୟଙ୍ଗାତ୍ମକ ଅଭିଭାଷଣ ଚିତ୍ତାକର୍ଷକ ଥିଲା । କୋଶଳୀ କବି ତଥା ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ମହାଲିଙ୍ଗ ପୁରାତନ କାଳର ଗୁରୁଶିଷ୍ୟ ପରମ୍ପରା ଓ ଅଧୁନା ଶିକ୍ଷକ ଓ ଶିକ୍ଷା ବ୍ୟବସ୍ଥା ଉପରେ ତୁଳନାତ୍ମକ ତଥା ବିଶ୍ଳେଷଣାତ୍ମକ ଅଭିଭାଷଣ ଦେବା ସହିତ କବି ଏକ ସୁନ୍ଦର କବିତା ପାଠ କରିଥିଲେ । ମହିଳା ପ୍ରକୋଷ୍ଠର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପଟେଲ ସଂଘ ତରଫରୁ ଉପସ୍ଥିତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ସଭାପତି ଦୁର୍ଯ୍ୟୋଧନ ପଶାୟତ ନିଜର ସୁନ୍ଦର ବକ୍ତବ୍ୟ ସହ ସ୍ୱର୍ଗତ ଦୁର୍ଗାଚରଣ ପାଢ଼ୀଙ୍କ ଜୀବନୀ ଉପରେ ଆଲୋକପାତ କରି ଦୁର୍ଗାଚରଣ ପାଢ଼ୀଙ୍କ ପାଇଁ ଏକ ଶୋକ ଓ ସ୍ମୃତି ପ୍ରସ୍ତାବ ଆଗତ କରିଥିଲେ ଓ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସର୍ବ ଶେଷରେ ଉପସ୍ଥିତ ସଭ୍ୟ /ସଭ୍ୟାଙ୍କୁ ଧନ୍ୟବାଦ ଅର୍ପଣ କରି ସମ୍ପାଦକ ଶ୍ରୀ ରଥ ଗତ ଗୁରୁ ଦିବସର ଆୟବ୍ୟୟ ଉପସ୍ଥାପନ କରିବା ସହିତ, ଅନ୍ନପୂର୍ଣ୍ଣା ନନ୍ଦଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ନଭେମ୍ବର ୦୧ ତାରିଖ ଦିନ ଲୋୟର ସୁକତେଲ ଠାରେ ଏକ ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ମିତାରାଣୀ ହରପାଲ ଭିମସେନ ଦଣ୍ଡସେନା ଜୟଦେବ ବିଶି ସମେତ ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.