
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା କ୍ଲଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧାନଘରା ଠାରେ ପ୍ରଧାନ ଶିକ୍ଷକ ଦୁତିଆ ସେଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ସମ୍ମାନିତ ଅତିଥି ଭାବେ ଏବିଇଓ ବିପିନ ବାଗ ଯୋଗ ଦେଇଥିଲେ । ସାଧନ କର୍ମୀ ଭାବେ ସିଆର୍ସିସି ଜଗମୋହନ ତ୍ରିପାଠୀ ଓ ସିଆର୍ଜି ଭାବେ ଦୁତିଆ ସେଠ ଯୋଗ ଦେଇ ଅକ୍ଟୋବର ମାସର ଏଜେଣ୍ଡା ଉପରେ ଆଲୋକପାତ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ପ୍ରମୋଦ କୁମାର ନାଏକ, ମନ୍ମଥ ରାଜହଂସ, ଚନ୍ଦ୍ର ଧ୍ୱଜ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଗୀତାଞ୍ଜଳି ପ୍ରଧାନ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ପୂରନ ମେହେର, ସୁଶୀଳ କୁମାର ଭୋଇ, ସ୍ନେହାଶିଷ ତ୍ରିପାଠୀ, ପ୍ରଭାତ କିଶୋର ରାଏ, ଶିକ୍ଷୟିତ୍ରୀ ମିଲି ପୁରୋହିତ, ଆକାଂକ୍ଷା ରାଣୀ ଯୋଶୀ, ସୃଷ୍ଟିମୟୀ କଲେତ, ତପସ୍ଵିନୀ ରଣା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।