jayashree

ଛଠ ମହାପର୍ବ ପାଇଁ ସରକାରୀ ଛୁଟି ଦାବି, ରାଜ୍ୟପାଳ ଓ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଛଠ ପୂଜା ସମିତି ପକ୍ଷରୁ ଓଡ଼ିଶା ରାଜ୍ୟପାଳ ଏବଂ ଶିକ୍ଷାମନ୍ତ୍ରୀଙ୍କୁ ଏଡିଏମ୍‌ ଓ ଉପଜିଲ୍ଲାପାଳଙ୍କ ମାଧ୍ୟମରେଦାବିପତ୍ର ପ୍ରଦାନ କରି ୧୬ ନଭେମ୍ବର ୨୦୨୬ରେ ଛଠ ପୂଜା ଅବସରରେ ସରକାରୀ ଛୁଟି ଘୋଷଣା ପାଇଁ ଦାବି କରାଯାଇଛି । ସମିତି ଦାବି କରିଛି ଯେ, ଏହି ଦିନ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନରେ ଛୁଟି ଦିଆଯାଉ, ଯାହା ଦ୍ୱାରା ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ ମହାପର୍ବରେ ସାମିଲ ହୋଇପାରିବେ । ସମିତି ସଦସ୍ୟ ଓ.ପି. ସିଂହ କହିଛନ୍ତି, ଛଠ ପୂଜା ସମୟରେ ଅନେକ ଥର ସ୍କୁଲ-କଲେଜରେ ପରୀକ୍ଷା ରଖାଯାଉଛି, ଯେଉଁଥିପାଇଁ ଛାତ୍ରଛାତ୍ରୀ ଓ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଉପରେ ରୋକ ଲଗାଇବାକୁ ଅନୁରୋଧ କରାଯାଇଛି । ମିଡିଆ ସଂଯୋଜକ ରବିକାନ୍ତ ସାହୁ କହିଛନ୍ତି, ଓଡ଼ିଶାରେ ବହୁ ସଂଖ୍ୟାରେ ହିନ୍ଦୀଭାଷୀ ଲୋକ ରହୁଛନ୍ତି ଏବଂ ସରକାରୀ ଛୁଟି ମିଳିଲେ ଲୋକେ ଅଧିକ ଉଲ୍ଲାସର ସହ ପୂଜାରେ ଭାଗ ନେଇପାରିବେ । ଦାବିପତ୍ର ପ୍ରଦାନ ସମୟରେ ସଂଯୋଜକ କୃଷ୍ଣା ସାହୁ, ସହ-ସଂଯୋଜକ ଗୁଡ୍ଡୁ ସିଂହ, ପିଙ୍କୁ ଜାୟସୱାଲ, ମିଡିଆ ସଂଯୋଜକ ରବିକାନ୍ତ ସାହୁ, ହରିଶଙ୍କର ସାହ, ଜିତୁ ରାୟ ଓ ଓ.ପି. ସିଂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.