
ସ୍ୱଚ୍ଛତା ହିଁ ସେବା ୨୦୨୬ ଡାକ୍ତରଖାନା ପରିସର ସଫା କଲେ ମେଡିକାଲ କର୍ମଚାରୀ
କେସିଙ୍ଗା, (ପ୍ରୀତେଶ ପଟେଲ) : କେନ୍ଦ୍ର ସରକାରଙ୍କ ଦ୍ୱାରା ୧୫ ସେପ୍ଟେମ୍ବରରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା “ସ୍ୱଚ୍ଛତା ହିଁ ସେବା ୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହି ସାମୂହିକ ପ୍ରୟାସରେ ଡାକ୍ତର, ନର୍ସ, ସୁରକ୍ଷା କର୍ମୀ ଏବଂ ସମସ୍ତ ପାରାମେଡିକାଲ୍ ଓ ଲ୍ୟାବ୍ କର୍ମଚାରୀମାନେ ଏକାଠି ହୋଇ ଡାକ୍ତରଖାନା ପରିସରକୁ ଝାଡୁ ମାରି ସଫା କରିଥିଲେ । ଏହି ସଫେଇ ଅଭିଯାନରେ ମେଡିକାଲ ଅଫିସର୍ ଡାକ୍ତର ରବିନ୍ଦ୍ରନାଥ ଖଟୁଆ ଅଂଶଗ୍ରହଣ କରି କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଡାକ୍ତରଖାନା ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ଦ୍ୱାରା ରୋଗୀମାନଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ । ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ଏହି ଶ୍ରମଦାନ କେବଳ ଡାକ୍ତରଖାନା ପରିସରକୁ ସ୍ୱଚ୍ଛ କରିନାହିଁ, ବରଂ ସ୍ଥାନୀୟ ଜନସାଧାରଣ ମାନେ ନିଜ ପରିବେଶକୁ ପରିଷ୍କାର ରଖିବା ପାଇଁ ଏକ ପ୍ରେରଣା ଦାୟକ ବାର୍ତ୍ତା ପ୍ରଦାନ କରିଛି ।