jayashree

ଲୋଇସିଂହା ଗାନ୍ଧୀଛକରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଗାନ୍ଧୀଛକ ସ୍ଥିତ ମା’ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ତଥା କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ବୈଠକରେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ମନୋନୟନ ହୋଇଥିଲା । ବ୍ରଜମୋହନ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ବବଲୁ ଦଳେଇ, ଉପସଭାପତି ଅଶ୍ଵିନୀ ମେହେର, କାର୍ଯ୍ୟକାରୀ ସଭାପତି- ନିବାସ ମହାରଣା ଓ ବାବୁଲାଲ ବେହେରା, ସଂପାଦକ ବ୍ରଜ ମୋହନ ବିଶୋଇ, ସହ ସଂପାଦକ- ସୁରଜ କୁମାର ଭୋଇ, କୋଷାଧ୍ୟକ୍ଷ ନନ୍ଦ କିଶୋର ଭୋଇ ଓ ସାଂସ୍କୃତିକ ସଂପାଦକ ଭାବେ ଯଶୋବନ୍ତ ମାହାଣା ମନୋନୀତ ହୋଇଥିଲେ । ଏଥିସହିତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ପ୍ରଭାତ ସାହୁ, ଉଦ୍ଧବ ଭୋଇ, କାର୍ତ୍ତିକ ମେହେର, ଅରକ୍ଷିତ ବେହେରା, କୁମର ପାଣ୍ଡେ, ସୁଶିଲ ପାଣ୍ଡେ, ବବୁଲୁ କଦମ, ବୁଲୁ ମେହେର, ସୁମନ୍ତ ଭୋଇ, ସୁମନ୍ତ ମାହାଣା, ଅମିତ ମାହାଣା ରହିଥିବା ଜଣାଯାଇଛି । ଚଳିତ ବର୍ଷ କର୍ତ୍ତା ଭାବେ ସୁରେନ୍ଦ୍ର ପଧାନ ସସ୍ତ୍ରିକ ଦାୟିତ୍ଵ ନିର୍ବାହ କରିବେ । ପ୍ରତ୍ୟହ ସାଂସ୍କତିକ କାର୍ଯ୍ୟକ୍ରମ ସାଙ୍ଗକୁ ଅନ୍ନଭୋଗ, ମହା ଆଳତୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ବୋଲି କମିଟି ତରଫରୁ ସୂଚନା ମିଳିଛି ।

Leave A Reply

Your email address will not be published.