
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଠାରେ ଚାଲିଥିବା ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ପ୍ରଥମ ମ୍ୟାଚ୍ରେ ନୟାଗଡକୁ ୭-୦ ଗୋଲରେ ହରାଇ କଟକ ଦଳ ବିଜୟୀ ହୋଇଛି । ପ୍ରବୀର ଦାସ ୩ ଗୋଟି ଗୋଲ ସ୍କୋର କରି ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିବା ବେଳେ ଗଣେଶ ସେଠି ୨ ଗୋଟି ଗୋଲ ସ୍କୋର କରିଥିଲେ । ଶେଖର ହେମ୍ରମ ଓ ବାବୁଲୁ ସିଂ ଗୋଟାଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଆଜିର ଖେଳକୁ ମୁଖ୍ୟ ରେଫରି ଭାବେ ଜିତେନ୍ଦ୍ର ଥନାପତି, ଧନେଶ୍ୱର ସର୍ଦ୍ଦାର, ସୁନୀଲ ବେହେରା, ଅରୁଣ କୁମାର ନାୟକ ଓ ମ୍ୟାଚ୍ କମିସନର ଭାବେ ନବୀନ ନାୟକ ଦାୟିତ୍ୱ ନିର୍ବାହ କରିଥିଲେ । ଆଜିର ଏହି ମ୍ୟାଚ୍କୁ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡ଼ା. ପ୍ରଦୀପ କୁମାର ଗୁରୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଦ ରଂଜନ ଦାସ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ନିମନ୍ତ୍ରିତ ଅତିଥି ଭାବରେ ଜିଲ୍ଲା ଓକିଲ ସଂଘ ସଂପାଦକ ପ୍ରୀୟଜିତ ମିଶ୍ର, ଜିଲ୍ଲା ବଣିକ ସଂଘ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ସଂପାଦକ ଗୁଣନିଧି ମେହେର, ଜିଲ୍ଲା ଟ୍ରାକ୍ଟର ସଂଘ ସଭାପତି ଶିବ ନାରାୟଣ ବହିଦାର, ସଂପାଦକ କୋଶୋଳେଶ୍ଵର ବହିଦାର, କେଶିଅର ପଦ୍ମନାଭ ମିଶ୍ର, ଟ୍ରକ୍ ୟୁନିଅନ ସଭାପତି ସୁମନ ଦାଶ, ସ୍ୱଚ୍ଛ ଭାରତ ସଙ୍ଗଠନ ସଭାପତି ସାୟାଦ ଅଲିମୁଲ ଇସଲାମ୍, ବଲାଂଗିର କ୍ରୀଡ଼ା ସଂଘ ସଦସ୍ୟ ବିଭୂତି ଭୂଷଣ ମିଶ୍ର, ରାଜ୍ୟ ଯୁବ ବିଜେଡ଼ି ଉପ ସଭାପତି ଶାଶ୍ୱତ ମିଶ୍ର, ଛାତ୍ର ବିଜେଡ଼ି ସଭାପତି ଅଭିଷେକ ଶର୍ମା, ଜିଲ୍ଲା ଠିକାଦାର ସଂଘ ସଭାପତି ଜୟ ମାଧବ ମିଶ୍ର, ଟାଉନ୍ ବିଜେଡ଼ି ସଭାପତି ଜନ୍ମଜୟ ପାତ୍ର, ବରଗଡ଼ ପୋଲିସ ହାବିଲଦାର ସଂଘ ସଭାପତି ସନତ ହୋତା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଆଜିର ଦ୍ୱିତୀୟ ମ୍ୟାଚ୍ରେ ୪ -୦ ଗୋଲରେ ଗଞ୍ଜାମକୁ ହରାଇ ଖୋର୍ଦ୍ଧା ବିଜୟୀ ହୋଇଥିଲା । ଖୋର୍ଦ୍ଧା ଦଳର କୁମାର ସତ୍ୟବ୍ରତ ସାହୁ ପ୍ରଥମ ଗୋଲ ସ୍କୋର କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଗ୍ରହଣ କରିଥିଲେ । ଜଳନ୍ଧର ନାୟକ, ଅଶ୍ୱିନୀ ଦୁମଦୁମ୍ ଗୋଟାଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଚତୁର୍ଥ ଗୋଲଟି ଆତ୍ମଘାତୀ ଗୋଲ୍ ଥିଲା । ଦେବାଶିଷ ବାଗ, ନୀତିଶ ମାଝୀ, ଅଶ୍ୱିନୀ କୁମାର ସାହୁ, ଅରୁଣ କୁମାର ନାୟକ ଏହି ମ୍ୟାଚ୍କୁ ପରିଚାଳନା କରିଥିଲେ । ଫାଓର ଅଫିସିଆଲ୍ ରମେଶ ଚନ୍ଦ୍ର ମଲ୍ଲିକ, ଅମରେନ୍ଦ୍ର ସିଂହ ଯୋଗ ଦେଇ ଦାୟିତ୍ୱ ନିର୍ବାହ କରିଥିଲେ ।