jayashree

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ୟୁଥ ପାର୍ଲିଆମେଣ୍ଟର କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ଗଣତନ୍ତ୍ର ହେଉଛି ପୃଥିବୀର ସର୍ବ ବୃହତ ଗଣତନ୍ତ୍ର । ଏଠାରେ ସଂସଦୀୟ ଗଣତନ୍ତ୍ରର ବ୍ୟବସ୍ଥା ରହିଛି । ଗଣତନ୍ତ୍ରର ମୂଳ ମନ୍ତ୍ର ହେଲା ଶିକ୍ଷା । ଗଣତାନ୍ତ୍ରିକ ମୂଲ୍ୟବୋଧର ଶିକ୍ଷା ଓ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତୃପକ୍ଷ ୟୁଥ ପାର୍ଲିଆମେଣ୍ଟର ପରିକଳ୍ପନା କରିଥିଲେ ଏବଂ ଏହା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଆଞ୍ଚଳିକ ନିର୍ଦ୍ଦେଶକ ଗଣତାନ୍ତ୍ରିକ ମୂଲ୍ୟବୋଧର ଭୂମିକା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବରେ ଅଖିଳ ଚନ୍ଦ୍ର ହୋତା (DGM NEWS Sr) Prameya and News – ୭ ଯୋଗ ଦେଇଥିଲେ । ତାଙ୍କର ବିଶେଷ ପୁସ୍ତକ ଶୁନ୍ୟ ଶବ୍ଦାଞ୍ଜଳୀ ଓ ତର୍ପଣ ଓ ବୈଶ୍ଵଦେବ ବିଧି ପ୍ରକାଶିତ ହୋଇ ଜନ ମାନସରେ ଆଦୃତ ହୋଇସାରିଛି । କାର୍ଯ୍ୟକ୍ରମଟି ବିଦ୍ୟାଳୟର ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ୟତୋୟା ବିଶ୍ୱାଳଙ୍କ ସଫଳ ପରିଚାଳନା ଦ୍ୱାରା ସମ୍ପାଦିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ସି. ଏଚ.ଏସ.ଇ ବିଭାଗର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟା ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରାୟ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରୁ ଏକାଦଶ ଶ୍ରେଣୀ (ଉଭୟ କଳା ଓ ବିଜ୍ଞାନ)ରେ ଭାଗ ନେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ଶାସକ ଦଳ ଓ ବିପକ୍ଷ ପରି ଦୁଇ ଦଳରେ ବିଭକ୍ତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସଦରେ ଅନୁସୃତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ମାନଙ୍କରେ ସ୍ୱାଗତ, ପରିଚୟ ପ୍ରଦାନ, ଶପଥ ସମାରୋହ, ଶୂନ୍ୟ କାଳ, ପ୍ରଶ୍ନ କାଳ, ବିଦେଶୀ ଅତିଥିଙ୍କର ସ୍ୱାଗତ, ବିଭନ୍ନ ବିଲ ଆଗତର ପ୍ରକ୍ରିୟା, ମିଡ଼ିଆ କର୍ମୀଙ୍କର ସ୍ୱାଗତ, ଶ୍ରେଷ୍ଠ ସାଂସଦର ଘୋଷଣା ପରି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଥିଲା । ସଂସଦର ଆଲୋଚନାର ମୁଖ୍ୟ ବିଷୟ ଗୁଡିକ ଥିଲା, ଚାଷୀ ଆତ୍ମହତ୍ୟା, ନୂତନ ଶିକ୍ଷା ନୀତି, ଭାରତର ଭିତ୍ତିଭୂମିର ବିକାଶ (ସଡ଼କ, ଗମନାଗମନ ଓ ପରିବହନ ବ୍ୟବସ୍ଥା) ଯାହା ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥିଲା । ଛାତ୍ରଛାତ୍ରୀଙ୍କର ଚିତ୍ତାକର୍ଷକ ସଂଳାପ ଓ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଆକର୍ଷିତ କରିଥଲା । ଅନୁଷ୍ଠାନର ୟୁଥ ପାର୍ଲିଆମେଣ୍ଟ ପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ସ୍ୱାଗତ କରିଛନ୍ତି ଓ ଇହ ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇପାରିବ ।

Leave A Reply

Your email address will not be published.