jayashree

ରମ୍ଭାରେ ରାଜନୈତିକ ହିଂସା : ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭାରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳକୁ ନେଇ ଗତକାଲି ଘଟିଥିବା ରାଜନୈତିକ ହିଂସା ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ, ରମ୍ଭା ଏନ୍ଏସି ଓ ତାଙ୍କ ସହଯୋଗୀ ବିନାୟକ ପରିଡ଼ା (୨୯) । ଜାମିନ ମଞ୍ଜୁର ନହେବାରୁ ଉଭୟଙ୍କୁ କୋଦଳା ଉପକାରାଗାରକୁ ପଠାଇ ଦିଆଯାଇଛି । ଏହାସହ ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । କେସ୍ ନମ୍ବର ୬୧୨, ୬୧୩ ଓ ୬୧୫ ଅନୁସାରେ ମୋଟ ୧୨ ଜଣଙ୍କ ନାମରେ ମାମଲା ରୁଜୁ କରିଛି । ୨ଟି ଖଣ୍ଡାକୁ ପୁଲିସ ଜବତ କରିଛି । ଗତକାଲି ସନ୍ଧ୍ୟାରେ ରମ୍ଭା ଏନ୍ଏସି ଅଧ୍ୟକ୍ଷାଙ୍କ ଦେଡ଼ଶୁରଙ୍କ ସମେତ ଦୁଇ ଗିରଫ ୧୨ ଜଣଙ୍କ ନାମରେ ଏତଲା ଦିଆଯାଇଛି । ପନ୍ଦରାସାହିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରମ୍ଭା ପୂର୍ବତନ ନଗର ମଣ୍ଡଳ ବିଜେପି ସଭାପତି ସୀମାଞ୍ଚଳ ବାଡ଼ତ୍ୟାଙ୍କ ଘର ଆଗରେ ଗାଳିଗୁଲଜ ଓ ଗ୍ରିଲ୍ ଭଙ୍ଗାରୁଜା ଉଦ୍ୟମ ପରେ ତାଙ୍କ ସମର୍ଥକ ଶ୍ରୀକାନ୍ତ ଡାକୁଆଙ୍କ ଉପରେ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଏଥିରେ ଶ୍ରୀକାନ୍ତ ଆହତ ହୋଇଥିଲେ ।

Leave A Reply

Your email address will not be published.