ଆନ୍ଦୋଳନ ପରେ ଅବସ୍ଥା ସୁଧୁରୁଛି

ତରଭା, ( ଜିତେନ୍ଦ୍ର ସା) : ଉଗ୍ର ରୂପ ନେଇଥିଲା ଚାଷୀ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ ପ୍ରଶାସନର ଚରମ ଅବହେଳାର ପ୍ରତିବାଦରେ କିଛି ଦିନ ଧରି ତାତି ଉଠିଥିଲେ । ଦିନ ଦିନ ଧରି ବିଭିନ୍ନ ମଣ୍ଡିରେ ପଡ଼ି ରହିଥିଲା ଧାନ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଚାଷୀର ସମସ୍ୟାକୁ ଧ୍ୟାନ ଦେଉନଥିଲା । ପ୍ରଥମେ କଟନୀ ଛଟନୀ ପରେ ଧାନ କିଣା ଟୋକନ ଟାର୍ଗେଟ ବ୍ୟବସ୍ଥକୁ ନେଇ ଚାଷୀ ଅସନ୍ତୋଷ ଶିକାର ହୋଇଛନ୍ତି । କିନ୍ତୁ, ଶେଷରେ ଚାଷୀଙ୍କ ବାରମ୍ବାର ଆନ୍ଦୋଳନ, ସଚ୍ଚୋଟ ପ୍ରୟାସ ଓ ନ୍ୟାୟର ଲଢେଇ ଆଜି ଚାଷୀଙ୍କୁ ସଫଳତା ଦେଇଛି । ତରଭା ବ୍ଳକର ବିଭିନ୍ନ ଅଞ୍ଚଳର ମଣ୍ଡିକୁ ସୁବର୍ଣ୍ଣପୁର ଜିଲ୍ଲା କଲେକ୍ଟର ବୁଲି ଚାଷୀମାନଙ୍କ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ଥମିଲ ହୋଇଥିଲା । ତାପରେ ଦିନେ ପରେ ମଣ୍ଡିରେ ରହିଯାଇଥିବା ଧାନ ଗୁଡ଼ିକ ଉଠାଇବା କାର୍ୟ୍ୟ ଆରମ୍ଭ ହୋଇଛି । ଆଉ ଯେଉଁ ମାନେ ଟୁକନ ପାଇନାହାନ୍ତି ସେମାନଙ୍କର ବି ଅତି ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.