
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : କଁସିଲ ବିକାଶ ଯୁବା ମଞ୍ଚର ପ୍ରତିଷ୍ଠାତା କେକି ସିଂ ଭୋଇଙ୍କ ସଭାପତିତ୍ୱରେ କଁସିଲ ହାଇସ୍କୁଲ ପଡିଆ ଠାରେ କଁସିଲର ଯୁବଗୋଷ୍ଠୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଗାଁର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଉପରେ କାମ କରିବା ପାଇଁ ଆଲୋଚନା ହୋଇଥିଲା । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ହେମରାଜ ସାହୁ, ଉପସଭାପତି ଭାବେ ଗୀତବାସ ପୁଟେଲ, ସମ୍ପାଦକ ଭାବେ ଜାତକେଶ୍ୱର ମେହେର ସହସମ୍ପାଦକ ଭାବେ ଜିତେନ୍ଦ୍ର ସାହୁ କୋଷାଧ୍ୟକ୍ଷ ଭାବେ ନନ୍ଦ କୁମାର ମେହେର ସହ କୋଷାଧ୍ୟକ୍ଷ ଭାବେ ଗଣେଶ ମେହେର, ସୋସିଆଲ ମିଡ଼ିଆ ସଂଯୋଜକ କୁଶ କୁମାର ସାହୁ, ବବଲୁ ସାହୁ ଓ ଉପଦେଷ୍ଟା ଭାବେ ତପନ କୁମାର ମେହେର, କ୍ଷୀରୋଦ୍ର ମେହେର, ନିର୍ମଳ ସାହୁଙ୍କୁ ଚୟନ କରାଯାଇଥିଲା । ଏହି ବୈଠକରେ କଁସିଲ ଗ୍ରାମର ବହୁତ ଯୁବକ ଉପସ୍ଥିତ ଥିଲେ । ଶେଷରେ ତପନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।