jayashree

ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ଏନଏସି ଅନ୍ତର୍ଗତ ଏକ ଓ ଦୁଇ ନମ୍ବର ୱାର୍ଡର ଜନସାଧାରଣଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବଗାଡର ପ୍ରତିଷ୍ଠିତ ଅନୁଷ୍ଠାନ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ୱାସ୍ଥ୍ୟ ସଚେତନତା ଶିବିରକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ମେଡିକାଲ ଅଫିସର୍ ଆର୍ ଏନ୍ ଖଟୁଆ ଉଦ୍‌ଘାଟିତ କରିଥିବା ବେଳେ, ଡକ୍ଟର ଝସକେତନ ସାହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବଗାଡ କେସିଙ୍ଗା ଏନ୍‌ଏସିରେ ରହିଥିଲେ ମଧ୍ୟ ଏକ ଗାଁ ପରିବେଶ ଭଳି ରହିଥିବା ବେଳେ ଏଭଳି ସ୍ୱାସ୍ଥ୍ୟ ଶିବିରର ଆବଶ୍ୟକତା ରହିଥିଲା । ଏହାକୁ ଆଖି ଆଗରେ ରଖି କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିବା କହିଛନ୍ତି କ୍ଲବର ସଭାପତି ଧନୁ ଭୋଇ । ଅନ୍ୟମାନଙ୍କ ମଧ୍ୟରେ କ୍ଲବର ଗଙ୍ଗାଧର ବେହେରା, ରୁପିନ୍ ସାହୁ, ଧରଣୀ ନାଏକ, ରଞ୍ଜିତ୍ ସେଠ୍, ଚିତ୍ର ସେନ ନାଏକ, ଗୌତମ ଛତର, ବିଜମଲ୍ ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.