jayashree

ପୂର୍ବତନ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୪ ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ସୁଦାମ ପୁରୋହିତ, ପୂର୍ବତନ ସରପଞ୍ଚ ନରହରି ରେଡ୍ଡୀ, ଲକ୍ଷ୍ମୀପୁର ସରପଞ୍ଚ ଶ୍ରୀମତୀ ଝୁଲ୍ଲି ନାହାକ, ଲକ୍ଷ୍ମୀପୁର ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ସରକାରୀ ଓକିଲ ବାବୁ ନାହାକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୁମୁଦ ବେହେରା, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ନାଥ ପଣ୍ଡାଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପ୍ରଫୁଲ୍ଲ ନାୟକ ଜଣେ କର୍ତ୍ତବ୍ୟନିଷ୍ଠ ସେବା ମନୋଭାବ ସମ୍ପନ୍ନ, ଜଣେ ଉଦ୍ୟମୀ, ଜନକଲ୍ୟାଣ କାର୍ଯ୍ୟ କରିବାରେ ଏବଂ ଏହି ଅଞ୍ଚଳରେ ଶିକ୍ଷାର ଉନ୍ନତି ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଏହି ସ୍ମୃତି ଚାରଣ ସଭାରେ କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କରିଥିବା ବେଳେ ଗୋଲକ ନାୟକ, ମନୁ ନାୟକ, ପ୍ରଧାନ ଶିକ୍ଷକ ସୈରା ନାହାକ, ଶିକ୍ଷୟିତ୍ରୀ ଧରିତ୍ରୀ ପାଣିଗ୍ରାହୀ, ସୋମେୟା ପାତ୍ର, ଅଶୋକ ପଟ୍ଟନାୟକଙ୍କ‌ ସମେତ ବହୁ ଗ୍ରାମବାସୀମାନେ ଉପସ୍ଥିତ ରହି ସ୍ୱର୍ଗତ ନାୟକ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.