
ଆଗଲପୁର, (କେପିଏନ୍ଏସ୍) : ବଲାଙ୍ଗିର ଆଗଲପୁର ଥାନା ରୋତ୍ ଗାଁରେ ହତ୍ୟାକଣ୍ଡ । ଛୁରୀରେ ନାବଳକଙ୍କୁ ଆକ୍ରମଣ କରି ହତ୍ୟା । ଆଗଲପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ ରୋତ୍ ଗାଁର ରମଶେ ପଟେଲଙ୍କ ପୁଅ ସାହିଦ୍ ପଟେଲ(୧୪) ବୋଲି ବଡ଼ ସୂଚନା ରହିଛି । ସାହିଦ୍ ରୋତ୍ ଗ୍ରାମର ପ୍ରାଇମେରୀ ସ୍କୁଲ ପାଖରେ ଥିବା କ୍ଲବ ଠାରେ ଦିନ ବେଳା ସାଙ୍ଗସାଥୀଙ୍କ ସହ ତାସ ଖେଳୁଥିଲେ । ଏତିକି ବେଳେ ତାଙ୍କ ସାଙ୍ଗ ସହ ଝଗଡ଼ା ହୋଇଥିଲା । ସେହି ସମୟରେ ସେ ଘରକୁ ଗଲା ଓ ଏକ ଧାରୁଆ ଅସ୍ତ୍ର ଆଣି ସାହିଦ୍ଙ୍କ ଛାତି ବାମ ପଟରେ ଭୁସି ଦେଇଥିଲା । ସାହିଦ୍ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଗଲପୁର ସରକାରୀ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ସେଠାରେ ସାହିଦ୍ଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ମୃତ ସାହିଦ୍ଙ୍କ ବାପା ରମେଶ ପୁଟେଲ ଆଗଲପୁର ଥାନାରେ ଅଭିଯୋଗ କରିଥିବା ବତ୍ତର୍ମାନର ଏକ ବଡ଼ ସୂଚନା ରହିଛି । ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।