jayashree

ବୀରମିତ୍ରପୁର ଟାଉନହଲ ଠାରେ ବିଧାୟକଙ୍କ ଜନ ଶୁଣାଣି ଅନୁଷ୍ଠିତ

ବୀରମିତ୍ରପୁର, (କେପିଏନ୍‌ଏସ୍‌) : ବୀରମିତ୍ରପୁର ଟାଉନହଲ ଠାରେ ବିଧାୟକଙ୍କ ଜନ ଶୁଣାଣି ହୋଇଯାଇଛି । ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୨୪୧ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥିମଧ୍ୟରୁ ୨୩୫ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୬ଟି ସାମୂହିକ ଅଭିଯୋଗ ରହିଥିଲା । ଏଥି ମଧ୍ୟରୁ ୧୦ ଗୋଟି ଅଭିଯୋଗର ତତ୍‌କ୍ଷଣାତ ସମାଧାନ କରାଯାଇଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ଆବାସ ଯୋଜନା, ରାସ୍ତାଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା । ଆଜିର ଏହି ଜନ ଅଭିଯୋଗ ଶୁଣାଣିରେ ବୀରମିତ୍ରପୁର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ୟାଶିର ବିଲାଲ ଅହମଦ, ବୀରମିତ୍ରପୁର ଅତାରିକ ତହସିଲଦାର ଚନ୍ଦନ ମହାପାତ୍ର, ବୀରମିତ୍ରପୁର ସରକାର ଡାକ୍ତରଖାନାର ପ୍ରିୟଙ୍କା ଦେହୁରୀ, ବିଧାୟକ ପ୍ରତିନିଧି ଶଶୀ ସାଗର, ନଗର ସଭାପତି କୁନା ଦେଓ ବିଧାୟକଙ୍କ ଆଇନଗତ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ବୀରମିତ୍ରପୁର ମ୍ୟୁନିସିପାଲିଟିର ଉପାଧ୍ୟାକ୍ଷା ନିବେଦିତା ବାଗେ, ୱାର୍ଡ କାଉନସିଲର ନିର୍ମଳା କୁଜିର, ଜ୍ୟୋତି କେରକେଟା, କମଲେଶ ସିଂ, ବରିଷ୍ଠ ନାଗରିକ ଜଗଦୀଶ ଅଗ୍ରୱାଲ, ପ୍ରମୋଦ ବୁଡ଼ା, ଜାନୁ, ସାକିବ, ବଣ୍ଟି, ମାନସ, ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୀରମିତ୍ରପୁର ଠାରେ ପ୍ରଥମ ଥରେ ବିଧାୟକଙ୍କ ଜନ ଶୁଣାଣି ହାଇଥିବାରୁ ବିଧାୟକଙ୍କ ଜନ ସାଧାରଣମାନେ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.