
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପବିତ୍ର ଇଦ୍-ଉଲ୍-ମିଲାଦୁନ୍ନବୀ ଅବସରରେ କଣ୍ଟାବାଞ୍ଜି ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ରାଲି ଆୟୋଜିତ ହୋଇଥିଲା । ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶତାଧିକ ଲୋକ ରାଲିରେ ସାମିଲ ହୋଇଥିଲେ । ବିଭିନ୍ନ ଅଞ୍ଚଳ ପରିକ୍ରମା କରି ରାଲି ସହରରେ ଭାଇଚାରା, ଶାନ୍ତି ଓ ସମ୍ପ୍ରୀତିର ବାର୍ତ୍ତା ଦେଇଥିଲା । ରାଲିକୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ରାଲିରେ ସାମିଲ ଲୋକଙ୍କ ପାଇଁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଆଯାଇଥିଲା । ଭାଇଚାରା ଓ ସାମାଜିକ ସମ୍ପ୍ରୀତିର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ ।