
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ ଠାରେ ଅନୁଷ୍ଠିତ ହୋଇଥିବା ଉସୁ ଚାମ୍ପିଅନସିପରେ ଡେଲାଙ୍ଗ ରାଧାକାନ୍ତ ବିଦ୍ୟାପୀଠର କ୍ରୀଡ଼ାବିତ୍ ଅଂଶଗ୍ରହଣ କରି ରୁଦ୍ର ମଲ୍ଲିକ, ସୂର୍ଯ୍ୟକାନ୍ତ ମଲିକ କାଂସ୍ୟ ପଦକ, ସାଇ ପ୍ରତୀକ ମାଝୀ ରୌପ୍ୟ ପଦକ, ଶୁଭଙ୍କର ସ୍ୱାଇଁ ରୌପ୍ୟ ପଦକ, ଆର୍ଯ୍ୟା ବେହେରା କାଂସ୍ୟ ପଦକ, ରାଜଲକ୍ଷ୍ମୀ ଦାସ କାଂସ୍ୟ ପଦକ ପାଇଥିବା ବେଳେ ରାଧାକାନ୍ତ ସ୍ପୋର୍ଟସ ଏକାଡେମୀର କ୍ରୀଡ଼ାବିତ୍ ରାକେଶ ବରାଳ, ସତ୍ୟ ପ୍ରସାଦ ବଡ଼ଜେନା ମହେଶ୍ୱର ସେଠୀ ଉଭୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ଶୁଭଲକ୍ଷ୍ମୀ ବେହେରା କାଂସ୍ୟ ପଦକ ହାସଲ କରି ପୁରୀ ଜିଲ୍ଲାର ଗୌରବ ବଢାଇଛନ୍ତି । ସାଇରାମ୍ ସାହୁ କେନ୍ଦୁଝର ପିଲାଙ୍କୁ କଡ଼ା ଟକ୍କର ଦେଇ ପରାସ୍ତ ହୋଇଥିଲେ । ପିଲାମାନଙ୍କ ଏହି କୃତିତ୍ୱ ପାଇଁ ଓଡ଼ିଶା ଉସୁ ଖେଳର ଫାଉଣ୍ଡର ତଥା ଅର୍ନ୍ତରାଷ୍ଟ୍ରୀୟ କ୍ରୀଡ଼ାବିତ୍, ଅର୍ନ୍ତରାଷ୍ଟ୍ରୀୟ ବୈଶାୟୀକ ଅଧିକାରୀ ସୁଧାଂଶୁ ଶେଖର ହରିଚନ୍ଦନ, ଟେକ୍ନିକାଲ ବୋର୍ଡ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା, ଅନ୍ତରାଷ୍ଟ୍ରୀୟ କ୍ରୀଡ଼ାବିତ୍ ଉସୁ ସଂଘ ସଭାପତି ବିକାଶ ପଟ୍ଟନାୟକ ବିଧାୟକ ଆଶ୍ରିତ ପଟ୍ଟନାୟକ, ଡେଲାଙ୍ଗ ବ୍ଲକ୍ କ୍ରିଡ଼ା ସମ୍ପାଦକ ସୂର୍ଯ୍ୟନାରାୟଣ ଜେନା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି । ଶାରିରୀକ ଶିକ୍ଷା ଶିକ୍ଷକ ନଟବର ସେଠୀ କ୍ରୀଡ଼ାବିତ୍ ମାନଙ୍କୁ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ସ୍ୱାଗତ କରିଥିଲେ ।