jayashree

ବଲାଙ୍ଗିରରେ ଖ୍ୟାତନାମା ମୂତ୍ରରୋଗ ବିଶେଷଜ୍ଞ ଡା. ଦତ୍ତ୍ୱେଶ୍ୱର ହୋତାଙ୍କ ଚିକିତ୍ସା କେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ତଥା ଜାତୀୟସ୍ତରର ଖ୍ୟାତନାମା ୟୁରୋଲୋଜିଷ୍ଟ, ଆଣ୍ଡ୍ରିଓଲୋଜିଷ୍ଟ କିଡ଼ନୀ ପ୍ରତ୍ୟାରୋପଣ ବିଶେଷଜ୍ଞ ତଥା ରାଜ୍ୟର ଚିକିତ୍ସା ବିଜ୍ଞାନର ପ୍ରତିଷ୍ଠାତା କୁଳପତି ଡା. ଦତ୍ତ୍ୱେଶ୍ୱର ହୋତା ବଲାଙ୍ଗିର ରାଧାରାଣୀପଡା ଠାରେ ଏକ ନିଃଶୁଳ୍କ ଚିକିତ୍ସା କେନ୍ଦ୍ର ଖୋଲିଛନ୍ତି । ଯାହାକି ଏ ଅଂଚଳର ରୋଗୀମାନଙ୍କ ପାଇଁ ବରଦାନ ସଦୃଶ ହେବ । ଏଠାରେ ଗତ ରବିବାର ଦିନ ପଚାଶରୁ ଅଧିକ ରୋଗୀ ନିଃଶୁଳ୍କ ପରାମର୍ଶ ପାଇଥିଲେ । ପ୍ରତି ମାସର ଦ୍ଵିତୀୟ ଓ ଚତୁର୍ଥ ରବିବାରରେ ଏହି ଚିକିତ୍ସାଳୟ ଖୋଲାରହିବା ସହ ଅନ୍ୟାନ୍ୟ ଚିକିତ୍ସା ସମ୍ୱନ୍ଧୀୟ ସୁବିଧା ମଧ୍ୟ କରାଯାଇଛି । ଚିକିତ୍ସା କେନ୍ଦ୍ରରେ ଅନେକ ରୋଗୀ ଓ ବୁଦ୍ଧିଜୀବୀଙ୍କ ସହ ବଲାଙ୍ଗିର ଜିଲ୍ଲା ସିଭିଲ ସୋସାଇଟିର ସଭ୍ୟମାନେ ଉପସ୍ଥିତ ଥିଲେ । ସିଭିଲ ସୋସାଇଟି ତରଫରୁ ଡାକ୍ତର ଓ ତାଙ୍କ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପ୍ରକାଶ ଥାଉକି ଡା. ହୋତା ତାଙ୍କ ଟ୍ରଷ୍ଟ ତରଫରୁ ଅଭିଭକ୍ତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତି ବର୍ଷ ସମସ୍ତ ପ୍ରକାର ରୋଗର ଚିକିତ୍ସାପାଇଁ ଖ୍ୟାତନାମା ବିଶେଷଜ୍ଞଙ୍କୁ ନେଇ ମୁକ୍ତ ଚିକିତ୍ସା ଶିବିର ଖୋଲିଥାନ୍ତି ।

Leave A Reply

Your email address will not be published.