jayashree

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ମହାରୁଦ୍ରାଭିଷେକ ଅନୁଷ୍ଠିତ : ପୂଜାରେ ବସିଲେ ୨୩ ଦମ୍ପତି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏହି ପୁଣ୍ୟ ମାସରେ ଟିଟିଲାଗଡ ଲାୟନ୍ସ କ୍ଲବର ସଦସ୍ୟମାନେ ପ୍ରଭୁ ଶିବଙ୍କ ଆରାଧନା କରିବା ସହ କ୍ଲବ୍ ସଭାପତି ମନୀଷ ଗୁପ୍ତାଙ୍କ ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୨୩ ଜଣ ଦମ୍ପତିଙ୍କୁ ନେଇ ଏକ ମହାରୁଦ୍ରାଭିଷେକର ଆୟୋଜନ କରାଯାଇଛି । ପୂଜକ ସିଦ୍ଧାର୍ଥ ମହାପାତ୍ର ଓ ସହଯୋଗୀ ପଣ୍ଡିତ ସାଧୁ ଚରଣ ମହାପାତ୍ର, ଦେବାଂଶୁ ଭୂଷଣ ଦାସ, ସୋନୁ ଶତପଥୀ , ବୀରେନ୍ଦ୍ର ଖମାରି ଓ ସହଯୋଗୀଙ୍କ ମନ୍ତ୍ର ଉଚ୍ଚାରଣରେ ଏହି ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଯାଇଛି । ତେବେ ପ୍ରଭୁ ମହାଦେବଙ୍କ ପୀଠରେ ନିଜର ମନସ୍କାମନା କରିବା ସହିତ ଆସ୍ଥା ଭକ୍ତି ଓ ଦିବ୍ୟତାର ସଙ୍ଗମସ୍ଥଳ ପାଲଟି ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର କୋଷାଧ୍ୟକ୍ଷ ଶ୍ରୀରାମ ଅଗ୍ରୱାଲ, ପିଡିଜି ଯମୁନା ପ୍ରସାଦ ଗୋଏଲ, ସଞ୍ଜୟ ସୋନି, ଦୀପକ୍ ପୃଷ୍ଟି, ମାର୍କେଟିଙ୍ଗ ଚେୟାର ପର୍ସନ ଲାୟନ୍ ସଞ୍ଜୟ କୁମାର ନାୟକ, ଶମ୍ଭୁ ପ୍ରସାଦ ଗୋଏଲ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.