jayashree

ଶ୍ରାବଣ ମାସର ଶେଷ ସୋମବାରରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର କଅଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର୍‌ ଭୋର୍‌ ମନ୍ଦିରରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ‘ହରହର ମହାଦେବ’ ଧ୍ୱନିରେ ପ୍ରକମ୍ପିତ ହୋଇଛି ପରିବେଶ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନ କରିବା ସହ ଜଳାଭିଷେକ ଓ ପୂଜାର୍ଚ୍ଚନା କରିଛନ୍ତି । ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ଭକ୍ତଙ୍କ ଭିଡ଼ ବେଶ୍‌ ଅଧିକ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟବସ୍ଥା କରାଯାଇଛି । ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଛି ଧବଳେଶ୍ୱର ପୀଠ । ଶ୍ରାବଣର ଶେଷ ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଛୁଟିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Leave A Reply

Your email address will not be published.