jayashree

ବିଦ୍ୟୁତ ଆଘାତରେ ୧୩ ବର୍ଷର ନାବାଳକ ମୃତ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ଖଲ୍ଲିକୋଟ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ଜଣେ ୧୩ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କୈରାସୀ ଗ୍ରାମ ପକ୍ଷୀରାଜ ସାହିର ମଙ୍ଗୁଳୁ ନାହାକଙ୍କ ପୁଅ ବିସ୍ମୟ ନାହାକ ।
ବିସ୍ମୟ କୈରାସୀ ସ୍ଥିତ ନୀଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । ଘରେ ଏକ ବିଜ୍ଞାନ ପ୍ରକଳ୍ପ ତିଆରି କରି ବିଦ୍ୟୁତ ସଂଯୋଗ ଦେଇ ପରୀକ୍ଷା କରୁଥିବା ସମୟରେ ହଠାତ୍ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ବିଦ୍ୟୁତ ଆଘାତରେ ଗୁରୁତର ହୋଇ ତଳେ ପଡ଼ିଯାଇଥିବା ବିସ୍ମୟଙ୍କୁ ପରିବାର ଲୋକେ ତୁରନ୍ତ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ବିସ୍ମୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଖଲ୍ଲିକୋଟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ନାବାଳକଙ୍କ ଅକାଳ ମୃତ୍ୟୁରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.