
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ତହସିଲ ଅନ୍ତର୍ଗତ ହୁମା ପଞ୍ଚାୟତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ରଙ୍କୁ ଭେଟି ଘରପଟ୍ଟା ପାଇଁ ନିବେଦନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତରେ ତହସିଲଦାର ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ହୁମା ପଞ୍ଚାୟତ ବୋରିଗାଁ ସ୍ଥିତ ରୋଡ଼ ପାର୍ଶ୍ୱରେ ବଳଦିଆଡ଼ିହ ଗ୍ରାମ ଅବସ୍ଥିତ । ଦୀର୍ଘ ବର୍ଷ ଧରି ଲୋକମାନେ ସେଠାରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଘରପଟ୍ଟା ନାହିଁ । ଫଳରେ ପିଲାମାନେ ଉଚ୍ଚ ଶିକ୍ଷା ଲାଗି ପ୍ରମାଣ ପତ୍ର ପାଇ ପାରୁନାହାନ୍ତି । ତହସିଲଦାରଙ୍କ ପ୍ରତିଶୃତି ପରେ ଛତ୍ରପୁର ବିଧାୟକ ଏବଂ ହୁମା ସମିତି ସଭ୍ୟଙ୍କୁ ଗ୍ରାମବାସୀ ଆଭାରବ୍ୟକ୍ତ କରିଛନ୍ତି ।